ଆଜି ଆଉ ୩୭୭୭ କରୋନା ପଜିଟିଭ

ଭୁବନେଶ୍ୱର()  ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୯୧ ଓ ସ୍ଥାନୀୟ ଅଞ୍ଚଳରୁ ୧୫୮୬ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୮୯୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୮୧୫, କଟକରୁ ୩୬୮, ପୁରୀରୁ ୨୩୭, କେନ୍ଦ୍ରାପଡ଼ାରୁ ୧୪୮, ସୁନ୍ଦରଗଡ଼ରୁ ୧୪୮, ବରଗଡ଼ରୁ ୧୩୯, ଯାଜପୁରରୁ ୧୩୩, ବାଲେଶ୍ୱରରୁ ୧୨୭, ଅନୁଗୁଳରୁ ୧୧୫, ସମ୍ବଲପୁରରୁ ୧୧୨, ନବରଙ୍ଗପୁରରୁ ୧୦୭, ଜଗତସିଂହପୁରରୁ ୧୦୦, କୋରାପୁଟରୁ ୯୮, କେନ୍ଦୁଝରରୁ ୭୮, ରାୟଗଡ଼ାରୁ ୭୫, ନୂଆପଡ଼ାରୁ ୭୩, ସୋନପୁରରୁ ୭୨, ନୟାଗଡ଼ରୁ ୭୧, ଝାରସୁଗୁଡ଼ାରୁ ୭୦, କଳାହାଣ୍ଡିରୁ ୭୦, ଭଦ୍ରକରୁ ୬୭, ଢ଼େଙ୍କାନାଳରୁ ୬୭, ଗଞ୍ଜାମରୁ ୫୮, ମୟୁରଭଞ୍ଜରୁ ୫୮, ବଲାଙ୍ଗୀରରୁ ୫୧, କନ୍ଧମାଳରୁ ୪୯, ବୌଦ୍ଧରୁ ୨୬, ମାଲକାନଗିରିରୁ ୨୬, ଦେଓଗଡ଼ରୁ ୧୪, ଗଜପତିରୁ ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 4 =