କରୋନା ମୁକାବିଲାରେ ଓଡିଶା ନେଉଛି ନେତୃତ୍ବ

ଭୁବନେଶ୍ୱର () ମାର୍ଚ୍ଚ ୨୬ ତାରିଖ, ଆରମ୍ଭ ହେଲା ମିଶନ କୋଭିଡ-୧୯ ହସ୍ପିଟାଲ । ପ୍ରଥମ ପର୍ଯ୍ୟାୟରେ କିମ୍ସ ଓ ଅଶ୍ୱିନୀରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ । ମାତ୍ର ଗୋଟିଏ ମାସରେ ୨୬ ଜିଲ୍ଲାରେ ୩୧ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଅନୁଗୁଳ, ସୁନ୍ଦରଗଡ, ବରଗଡ, ଜଗତସିଂହପୁର ଓ ନବରଙ୍ଗପୁରରେ କୋଭିଡ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିଛନ୍ତି । ଏହି ୫ଟି ନୂଆ କୋଭିଡ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୮୨୫ । ଏଥିସହ ରାଜ୍ୟର ୨୬ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ ହସ୍ପିଟାଲ । କେନ୍ଦ୍ର ପେଟେ୍ରାଲିୟ ମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ, କେନ୍ଦ୍ର ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟର ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲ ପ୍ରସ୍ତତ କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ ଓଡିଶା ଏଦିଗରେ ଜାତୀୟ ସ୍ତରରେ ଏକ ଅଗ୍ରଣୀ ରାଜ୍ୟ ହୋଇଛି ।

ମାତ୍ର ୩୦ ଦିନରେ ୫ହଜାର ଶଯ୍ୟା କ୍ଷମତା ସହ ଏହିସବୁ କୋଭିଡ ହସ୍ପିଟାଲ ପ୍ରସ୍ତତ ହୋଇଛି । କୋଭିଡ ହସ୍ପିଟାଲ ପ୍ରସ୍ତୁତ ନେଇ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ସେ କୋଭିଡ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ଓ ସେମାନଙ୍କ ପରିବାରର ତ୍ୟାଗକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ମଧ୍ୟ ପ୍ରଶଂସା କରିଛନ୍ତି । ଓଡିଶା କରୋନା ଯୁଦ୍ଧରେ ଦେଶର ନେତୃତ୍ୱ ନେଉଛି ବୋଲି ସେ କହିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଏକ ବଳିଷ୍ଠ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ପ୍ରସ୍ତୁତ କରିଛନ୍ତି ।

ଅନୁଗୁଳ ଠାରେ ପ୍ରତିଷ୍ଠା ହୋଇଥିବା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ମହାନଦୀ କୋଲ ଫିଲ୍ଡ ଆଥିର୍କ ସହାୟତା ଦେଇଥିବା ବେଳେ ପରିଚାଳନା ଭାର ନେଇଛି ସମ ହସ୍ପିଟାଲ । ବରଗଡରେ ପ୍ରତିଷ୍ଠା ହୋଇଥି ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ପରିଚାଳନା ଦାୟିତ୍ୱ ନେଇ ବିକାଶ ମଲ୍ଟି ସେ୍ପଶିଆଲିଟି ହସ୍ପିଟାଲ । ଏଥିପାଇଁ ଆଇଓସିଏଲ ଆଥିର୍କ ସହାୟତା ଯୋଗାଇ ଦେଇଛି । ସୁନ୍ଦରଗଡରେ ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠି ଏବଂ ଏନଟିପିସିର ଅାଥିର୍କ ସହୟତାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ ଜିଲ୍ଲା ପ୍ରଶାସନ ଉପରେ । ନବରଙ୍ଗପୁରରେ ନାଲକୋର ଆଥିର୍କ ସହାୟତାରେ ପ୍ରତିଷ୍ଠା ହୋଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ପରିଚାଳନା ଦାୟିତ୍ୱ ନେଇଛନ୍ତି ଜିଲ୍ଲା ପ୍ରଶାସନ ଓ ଖ୍ରୀଷ୍ଟିଆନ ହସ୍ପିଟାଲ । ସେହିଭଳି ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ସହାୟତାରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଠାରେ ପ୍ରତିଷ୍ଠା ହୋଇଛି ୭୫ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ।

କୋଭିଡ ମୁକାବିଲାରେ ଓଡିଶା ପୂରା ଦେଶର ନେତୃତ୍ୱ ନେଉଥିବା ବେଳେ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏଥିସହିତ ସେ ସୂଚନା ଦେଇଛନ୍ତି ଯେ, ନାଲକୋ ଏବଂ ଏମସିଲ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − ten =