ଦିଗପହଣ୍ଡି ତହସିଲଦାର ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର() ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ତହସିଲଦାର ଆଦିତ୍ୟ ସ୍ବାଇଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଶଂସା । କରୋନା ସମୟରେ ତହସିଲଦାର ଆଦିତ୍ୟଙ୍କ କାମ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ତାଙ୍କୁ ଫୋନ କରି ପ୍ରଶଂସା କରିଛନ୍ତି ।

ସୂଚନା ଅନୁସାରେ , ଆଦିତ୍ୟ ରେକ୍ଟମ କ୍ୟାନସରରେ ପୀଡିତ । ଓ ତାଙ୍କ ଅପରେସନ କିଛି ମାସ ପୂର୍ବେ ସରିଛି । ଆଦିତ୍ୟ ଏବେ ବି କେମୋଥେରାପି ଅଣ୍ଡରେ ଥାଇ ମଧ୍ୟ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି । ଏହିଭଳି ଆବଶ୍ୟକ ସମୟରେ ସେ ନିଜ କଥା ନଭାବି ଲୋକଙ୍କ ସେବାରେ ଲାଗିପଡିଛନ୍ତି । ସେ ରାଜ୍ୟ ସରକାରଙ୍କ ସହ ହାତ ମିଶାଇ ନିଜ କର୍ତ୍ତବ୍ୟକୁ ଦୃଢ଼ର ସହ କରିଚାଲିଛନ୍ତି । ଯାହାଦ୍ବାରା ମୁଖ୍ୟମନ୍ତ୍ରୀ ଆଦିତ୍ୟଙ୍କୁ ଭୂରିୟସି ପ୍ରଶଂସା ଅରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × two =