ବାତ୍ୟା ସହାୟତା ପାଣ୍ଠି ପାଇଁ ଖୋଲିଲା ୱେବ ପୋର୍ଟାଲ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ବାତ୍ୟା ପରବର୍ତ୍ତୀ ବିଭିନ୍ନ ପ୍ରକଳ୍ପ ପାଇଁ ଜନସାଧାରଣଙ୍କ ଦ୍ୱାରା ପାଣ୍ଠି ପ୍ରଦାନ ନିମନ୍ତେ ଏକ ୱେବ ପୋର୍ଟାଲ rebuild.odisha.gov.inର ଉନ୍ମୋଚନ କରିଛନ୍ତି । ଏହି ପୋର୍ଟାଲ ବାତ୍ୟା ପରବର୍ତ୍ତୀ ଥଇଥାନ ପାଣ୍ଠି ସଂଗ୍ରହ ପାଇଁ। ଉଦ୍ଦିଷ୍ଟ ।

ଏହି ପୋର୍ଟାଲ ମାଧ୍ୟମରେ ବାତ୍ୟା ଫନି ଦ୍ୱାରା ବିଧ୍ୱସ୍ତ ହୋଇଥିବା ସରକାରଙ୍କ ଶକ୍ତି, ଗୃହ, ଶିକ୍ଷା, ଅଙ୍ଗନବାଡି, ଗ୍ରାମାଞ୍ଚଳ ଓ ସହରାଂଚଳରେ ପାନୀୟ ଜଳଯୋଗାଣ ଓ ଗୋଷ୍ଠୀଗତ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପ ଗୁଡିକର ତଥ୍ୟ ପ୍ରଦାନ କରାଯାଇ ତାହାର ଥଇଥାନ ଓ ପୁନଃଉଦ୍ଧାର ସକାଶେ ଜନସାଧାରଣଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯିବ । ବ୍ୟକ୍ତି ବିଶେଷ, କଂପାନୀ, ବିଭିନ୍ନ ସରକାରୀ ଉଦ୍ୟୋଗ ଓ ସଂସ୍ଥା ଏହି ପୋର୍ଟାଲ ମାଧ୍ୟମରେ ଉକ୍ତ ପ୍ରକଳ୍ପ ଗୁଡିକ ନିମନ୍ତେ ପାଣ୍ଠି ପ୍ରଦାନ କରିପାରିବେ । ଏହି ପୋର୍ଟାଲ ଓଡିଶା ପୁନର୍ଗଠନ ନିମନ୍ତେ ପାଣ୍ଠି ସଂଗ୍ରହ ପାଇଁ ଏକ ମାଧ୍ୟମ ହେବ ।

Share

Leave a Reply

Your email address will not be published. Required fields are marked *

19 − 4 =