କରୋନା ମୃତ୍ୟୁରେ ବ୍ରେକ୍, ଆଜି ୪ ଆକ୍ରାନ୍ତଙ୍କ…..

ଭୁବନେଶ୍ବର () କରୋନା ସଂକ୍ରମଣ କମିଛି ସହ ମୃତ୍ୟୁରେ ବ୍ରେକ୍‌ ଲାଗିଛି  । ୨୪ ଘଣ୍ଟା ମଧ୍ୟରେ ୫୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୩୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡ଼ିଶା ମାନଚିତ୍ର ଗ୍ରୀନ୍‌ ଜୋନରେ ହେବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ୫୧୮କୁ ଖସି ଆସିଥିବା ବେଳେ ୪ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ୪ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨ ଜଣ, ବାଲେଶ୍ବର ଓ ଢ଼େଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Share

Leave a Reply

Your email address will not be published. Required fields are marked *

eight + fourteen =