କଙ୍ଗନାଙ୍କ ଚ୍ୟାଲେଞ୍ଜ: ଆଜି ମୋ ଘର ଭାଙ୍ଗିଛି, କାଲି ତୋ ଗର୍ବ ଭାଙ୍ଗିବ

ମୁମ୍ବାଇ () ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଓ ମହାରାଷ୍ଟ୍ର ସରକାର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହା ସହ ଏମାନଙ୍କ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ଏହି କ୍ରମରେ କଙ୍ଗନା ମୁମ୍ବାଇ ପହଞ୍ଚିବା ପୂର୍ବରୁ ବିଏମସି ଆକ୍ସନ ମୋଡ୍‌‌କୁ ଆସିଛି। ବିଏମସି ବାନ୍ଦ୍ରାର ପାଲି ହାଉସ ସ୍ଥିତ କଙ୍ଗନାଙ୍କ ଅଫିସକୁ ଅବୈଧ ନିର୍ମାଣକୁ ନେଇ ୨୪ ଘଂଟା ମଧ୍ୟରେ ଦ୍ବିତୀୟ ନୋଟିସ୍ ଜାରି କରିଥିଲେ। ଏହା ପରେ ବିଏମସିର ଟିମ୍ ବୁଲଡୋଜର, କ୍ରେନ୍ ତଥା ହାତୁଡିରେ ପହଞ୍ଚିଥିଲା କଙ୍ଗନାଙ୍କ ଅଫସିରେ। ଏପରିକିକ ଅଫିସର ଗୋଟିଏ ଭାଗକୁ ନଷ୍ଟ କରିଦେଇଛି ବିଏମସି। ବିଏମସିର ଏହି କାର୍ଯ୍ୟ ଯୋଗୁ କଙ୍ଗନା ବମ୍ବେ ହାଇାକୋର୍ଟରେ ଅପିଲ କଲେ। ଏବେ ବମ୍ବେ ହାଇକୋର୍ଟ ବିଏମସିର ଏହି କାର୍ଯ୍ୟ ଉପରେ ରୋକ ଲଗାଇବା ଆଦେଶ ଜାରି କରିଛନ୍ତି। ଆଦେଶ ଜାରି ବେଳକୁ ବିଏମସି ଟିମ୍ ଭଙ୍ଗାରୁଜା କରି ଫେରି ଆସିଛନ୍ତି।

କଙ୍ଗନାଙ୍କ ଅଫିସରେ ଲାଗିଥିବା ନୂଆ ନୋଟିସରେ କୁହାଯାଇଛି ଯେ ପ୍ରଥମ ନୋଟିସ୍ ଜାରି କରିବାର ୨୪ ଘଂଟା ସମୟ ଦିଆଯାଇଥିଲା। ଯେଉଁଥିପାଇଁ ସେ ସାତ ଦିନ ସମୟ ମାଗିଥିଲେ। ମାତ୍ର ବିଏମସି ଏହା ଉପରେ ତତ୍କାକଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ନୂଆ ନୋଟିସ୍ ଲଗାଇ ଅବୈଧ ନିର୍ମାଣକୁ ଭାଙ୍ଗିଥିଲା। ବିଏମସିର ଏହା ଉପରେ  ଅଭିନେତ୍ରୀ କଙ୍ଗନା ପ୍ରତିକ୍ରିୟା ରଖି ବିଏମସିକୁ ବାବର ସେନା କହିବା ସହ ଏହା ମନ୍ଦିର (ଅଫିସ) ଆଉ ଥରେ ତିଆରି ହେବ । କଙ୍ଗନା ନିଜର ଏକ ଭିଡିଓ ସେୟାର କରି କହିଛନ୍ତି   “ଉଦ୍ଧବ ଠାକରେ, ତୁ କଣ ଭାବୁଛି ତୁ ମୁଭି ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋଠୁ ପ୍ରତିଶୋଧ ନେଇଛୁ । ଆଜି ମୋ ଘର ଭାଙ୍ଗିଛି, କାଲି ତୋ ଗର୍ବ ଭାଙ୍ଗିବ ।ଏ ସମୟ ଚକ୍ର, ମାନେ ରଖ ସବୁବେଳେ ଏକାଭଳି ରହେନି ।”

Share

Leave a Reply

Your email address will not be published. Required fields are marked *

3 − two =