ତୈଳଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା କଂଗ୍ରେସ

ଭୁବନେଶ୍ୱର: ରାଜଧାନୀର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛି ଦଳ । ଆଜି ସକାଳ ୭ଟାରୁ ୧୧ ପର୍ଯ୍ୟନ୍ତ ଦଳ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ୨୫ ଟଙ୍କାରୁ ଅଧିକ ବୃଦ୍ଧି ହୋଇଥିବା ବେଳେ ୨୩ଟଙ୍କା ଉପରେ ବଢ଼ିଛି ଡିଜେଲ । ଯାହାକି ସମସ୍ତଙ୍କୁ ବେଶ ବାଧିଛି । ଗତ ୫ ମାସରେ ୪୩ ଥର ତୈଳ ଦର ବଢ଼ିଛି। ଏମିତିକି ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ଲିଟର ପ୍ରତି ଶହେ ଟଙ୍କା ଟପି ଗଲାଣି। ଏମିତି ସବୁ ଅଭିଯୋଗ ଆଣି ଆଜି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ।

ସେହିପରି ମାଲକାନଗିରି ଜିଲ୍ଲାରେ ଥିବା ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ପ୍ରତିବାଦ କରିଛି । ତେଲ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଦିନକୁ ଦିନ ଦେଶରେ ତେଲ ଦର ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାର ପ୍ରତିବାଦ କରିଛି କଂଗ୍ରେସ ।

Share

Leave a Reply

Your email address will not be published. Required fields are marked *

14 + two =