ପ୍ରଂଶସା ସାଉଁଣ୍ଟୁଛି କଟକ ସେଲଫି ପଏଣ୍ଟରେ ଉଠାଇଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋ

କଟକ: ଆଇ ଲଭ କଟକ । ଏହି ସେଲଫି ପଏଣ୍ଟରେ ଫଟୋ ଉଠାଇଥାନ୍ତି ଅନେକ ଲୋକ । ତେବେ କଟକରେ ଥିବା ଏହି ସେଲଫି ପଏଣ୍ଟରେ ମୁଖ୍ୟମନ୍ତ୍ରୀ ଫଟୋ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ସମସ୍ତେ ପ୍ରଂଶସା କରୁଛନ୍ତି । କଟକ ଏସସିବି ମେଡିକାଲରେ ଇକମୋ ଚିକିତ୍ସା ସେବା ଲାଗି ୯ଟି ମେସିନର ଲୋକାର୍ପିତ କରିବା ଲାଗି କଟକ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହସହ ଐତିହାସିକ ତାଳଦଣ୍ଡା କେନାଲ ମଧ୍ୟ ଦେଖିଆସିଛନ୍ତି ମୁଖ୍ୟମନ୍ତ୍ରୀ । କଟକରୁ ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ ଓ ଏହାର ଦୁଇ ପାର୍ଶ୍ଵରେ ସୌନ୍ଦର୍ୟ୍ୟକରଣ ବ୍ୟବସ୍ଥା ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ତାଳଦଣ୍ଡା କେନାଲର ସୌନ୍ଦର୍ୟ୍ୟକରଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କଟକରୁ ଫେରିବା ବାଟରେ ଯୋବ୍ରା ତାଳଦଣ୍ଡା କେନାଲ ରାସ୍ତାର ସୌନ୍ଦର୍ୟ୍ୟକରଣ କାମକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିଛନ୍ତି। ଏହା ସହ ରାସ୍ତାରେ ଅଟକି ଆଇ ଲଭ କଟକ ସହ ଫଟୋ ଉଠାଇଛନ୍ତି ନବୀନ। ସହରରେ ସୁନ୍ଦର କାମ ପାଇଁ ପ୍ରଶାସନର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।


Share

Leave a Reply

Your email address will not be published. Required fields are marked *

two × 2 =