ଯୌନ ନିର୍ଯ୍ୟାତିତାଙ୍କ ପାଇଁ ବଢ଼ିଲା କ୍ଷତିପୂରଣ ରାଶି

ଭୁବନେଶ୍ୱର () ଯୌନ ନିର୍ଯ୍ୟାତନା କିମ୍ବା ସେହିଭଳି ଅପରାଧ ପାଇଁ ରାଜ୍ୟ ସରକାର କ୍ଷତିପୂରଣ ସହାୟତା ରାଶି ବୃଦ୍ଧି କରିଛନ୍ତି । ଯୌନ ନିର୍ଯାତନାରେ ମୃତ୍ୟୁ ବରଣ କରିଥିବା ମହିଳାଙ୍କ ପରିବାରକୁ କ୍ଷତିପୂରଣ ରାଶି 5 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ନିର୍ଯ୍ୟାତନାର ଶିକାର ମହିଳାଙ୍କୁ କ୍ଷତିପୂରଣ ରାଶି 4 ଲକ୍ଷରୁ 7 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଗୃହ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଗଣ ଦୁଷ୍କର୍ମର ଶିକାର ମହିଳାଙ୍କୁ 5ରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯିବ । ଯଦି ଜଣେ ମହିଳା ଅପ୍ରାକୃତିକ ଯୌନ ଅତ୍ୟାଚାରର ଶିକାର ହୋଇଥିବେ ତେବେ ସେ 4ରୁ 7 ଲକ୍ଷ ପର୍ଯ୍ୟନ୍ତ ସହାୟତା ପାଇବେ । ଯଦି ଜଣେ ମହିଳା ଯୌନ ନିର୍ଯାତନା କିମ୍ୱା ଏସିଡ ଆକ୍ରମଣର ଶିକାର ହୋଇଥିବେ ଏବଂ  ସେ ଯଦି ଏକ କିମ୍ବା ଏକାଧିକ ଶ୍ରେଣୀରେ କ୍ଷତିପୂରଣ ପାଇବାକୁ ହକଦାର ହେଉଥିବେ ତେବେ ତାଙ୍କୁ ମିଳିତ କ୍ଷତିପୂରଣ ପ୍ରଦାନ କରାଯିବ ।

ସେହିପରି ଅଗ୍ନି ଦୁର୍ବିପାକର ଶିକାର ହେଉଥିବା ବ୍ୟକ୍ତିଙ୍କ କ୍ଷତିପୂରଣ ରାଶିକୁ ମଧ୍ୟ ବୃଦ୍ଧି କରିଛନ୍ତି । ମୁହଁରେ ନିଆଁ ପୋଡିର ଶିକାର ହୋଇଥିବା ବ୍ୟକ୍ତିଙ୍କୁ 7ରୁ 8 ଲକ୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ମିଳିବ । 50 ପ୍ରତିଶତରୁ ଅଧିକ ପୋଡି ଯାଇଥିବା ବ୍ୟକ୍ତି 5ରୁ 8 ଲକ୍ଷ ପର୍ଯ୍ୟନ୍ତ ଏବଂ 50 ପ୍ରତିଶତରୁ କମ ପଡିଥିବା ବ୍ୟକ୍ତି 3ରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

3 × two =