ବିଜେପିରେ ଅର୍ଜୁନ

ଭୁବନେଶ୍ବର () ବିଜେପି ରାଜ୍ୟ କାର୍ୟ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିର ଯୋଗ ଦେଇଛନ୍ତି ସାଂସଦ ଅର୍ଜୁନ ଚରଣ ସେଠୀ । କେନ୍ଦ୍ର୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ଯୋଗଦେଲେ । ଭଦ୍ରକ ଲୋକସଭା ଆସନରୁ ସେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ବିଜେଡି ଦଳରୁ ଇସ୍ତଫା ଦେଇଥିଲେ ଅର୍ଜୁନ । ଭଦ୍ରକ ଲୋକସଭା ଆସନରୁ ସେ ନିଜ ପୁଅକୁ ବିଜେଡି ପ୍ରାର୍ଥୀ କରିବାକୁ ଆଶାୟୀ ଥିଲେ । ତେବେ ଭଦ୍ରକ ଲୋକସଭା ଆସନରୁ ବିଜେଡି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଛି । ଫଳରେ ଅର୍ଜୁନ ସେଠୀ ଅସନ୍ତୁଷ୍ଟ ଥିଲେ ।

ଅର୍ଜୁନ ସେଠୀ ୮ ଥର ସାଂସଦ ଏବଂ ୨ ଥର ବିଧାୟକ ରହିଥିଲେ । ବାର୍ଦ୍ଧକ୍ୟଜନିତ କାରଣରୁ ଚଳିତ ଥର ସେ ନିର୍ବାଚନକୁ ନଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ସେ ନିଜ ପୁଅକୁ ବିଜେଡି ଟିକେଟରେ ଲୋକସଭା ନିର୍ବାଚନ ଲଢିବାକୁ ନବୀନଙ୍କୁ ଅନୁରୋଧ କରିଥିବା ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି । କିନ୍ତୁ ପୁଅକୁ ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ହୋଇ ଅର୍ଜୁନ ଦଳ, ସାଂସଦ ପଦ ଏବଂ ଭଦ୍ରକ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

17 − 15 =