ବଦ୍ରିଙ୍କ ଆହ୍ବାନକୁ ଗ୍ରହଣ କଲେ ନିରଂଜନ, ଘସିପୁରା ଓ  ଭଣ୍ଡାରୀପୋଖରୀରୁ ଲଢିବେ

ଭୁବନେଶ୍ବର () ଏଥର ପୁଣି ଥରେ ଘସିପୁରାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ମଧ୍ୟରେ ଲଢେଇ ହେବ । ବଦ୍ରି ପାତ୍ରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ପିସିସି ସଭାପତି ଘସିପୁରାରୁ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛନ୍ତି । ତେବେ ଦଳ ଚାହିଁଲେ ସେ ଘସିପୁରାରୁ ଲଢିବେ ବୋଲି କହିଛନ୍ତି । ବଦ୍ରିଙ୍କୁ କଡ଼ା ଜବାବ୍ ଦେଇ କହିଛନ୍ତି କି, ବଦ୍ରିବାବୁଙ୍କ ଦମ୍ ଓ ଦକ୍ଷତା ବିଷୟରେ ସାଧାରଣ ଜନତାଙ୍କୁ ଜଣା । ହଣାକଟା, ମାରପିଟ୍ ଗୁଣ୍ଡାଗର୍ଦ୍ଦି ଭଳି ଦମ୍ ବଦ୍ରି ବାବୁଙ୍କ ପାଖରେ ରହିଛି ଯାହା ତାଙ୍କ ପାଖରେ ନାହିଁ ବୋଲି କହିଛନ୍ତି ନିରଞ୍ଜନ ।

୨୦୦୯ ପରଠାରୁ ଘସିପୁରାରୁ ନିର୍ବାଚନ ଲଢ଼ିବି ନାହିଁ ବୋଲି କହିଥିଲି କିନ୍ତୁ ଯଦି ବଦ୍ରିଙ୍କ ବିପକ୍ଷରେ ଦଳ ପ୍ରାର୍ଥୀ କରିବ ତାହାହେଲେ ନିଶ୍ଚୟ ଲଢ଼ିବି ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ପିସିସି ସଭାପତି । ଘସିପୁରା ମୋ ନିର୍ବାଚନ ମଣ୍ଡଳୀ ତେଣୁ ଚଳିତ ଥର ଦଳ ଚାହିଁଲେ ସେଠାରୁ ପ୍ରାର୍ଥୀ ହେବି । କିନ୍ତୁ ଭଣ୍ଡାରୀପୋଖରୀରୁ ଏଥର ଲଢ଼ିବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ଆସ୍ଥା ପ୍ରକଟ କରିଛନ୍ତି ତେଣୁ ସେମାନଙ୍କ ଭରସା ମଧ୍ୟ ଭାଙ୍ଗି ପାରିବି ନାହିଁ । ଦୁଇଟି ସ୍ଥାନରୁ ଲଢ଼ିବା ନଲଢ଼ିବା ଏଆଇସିସିଙ୍କ ଉପରେ ନିର୍ଭର କରେ ।

କେନ୍ଦୁଝର ରାଜନୀତିରେ ନିରଂଜନ ପଟ୍ଟନାୟକ ଏବଂ ବଦ୍ରି ପାତ୍ରଙ୍କ ମଧ୍ୟରେ ସର୍ବଦା ଛକାପଞ୍ଝା ଲାଗି ରହିଥାଏ । ଦୁହେଁ ଦୁହିଁକୁ ସବୁବେଳେ ଚେକ୍ ଦେବାରେ ବ୍ୟସ୍ତ । କିଛିଦିନ ତଳେ ଆନନ୍ଦପୁର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ପରେ ଏହି ବିବାଦ ଆହୁରି ଘନେଇଛି । ଏହି ହତ୍ୟାକାଣ୍ଡରେ ବଦ୍ରିଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଯାହାପରେ ବଦ୍ରି ଏହାର ପ୍ରତିକ୍ରିୟା ଦେବା ସହ ନିରଂଜନଙ୍କୁ ସମାଲୋଚନା କରିଥିଲେ । ଏପରିକି ତାଙ୍କ ବିରୋଧରେ ପ୍ରାର୍ଥୀ ହେବା ପାଇଁ ନିରଂଜନଙ୍କୁ ଆହ୍ବାନ କରିଥିଲେ । ନିରଂଜନ ମଧ୍ୟ ଏହି ଆହ୍ବାନକୁ ସ୍ବୀକାର କରିଥିବା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 + 6 =