ଓଡିଶାକୁ ଅବହେଳା କରୁଛି କେନ୍ଦ୍ର: ମହାରଥୀ

ଭୁବନେଶ୍ବର()  ଷୋଡ଼ଶ ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଛି  । ଆଜି ଶୂନ୍ୟକାଳରେ କେନ୍ଦ୍ର ଅବହେଳାର କଥା ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀ । ପର୍ୟ୍ୟଟନ କ୍ଷେତ୍ରରେ ଓଡିଶାକୁ କେନ୍ଦ୍ର ଅବହେଳା କରିଛି । କେନ୍ଦ୍ର ବଜେଟରେ ଓଡ଼ିଶାର ପର୍ୟ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି କହିଥିଲେ ମହାରଥୀ। ୧୭ ଆଇକନିକ୍ ସାଇଟରେ ଓଡ଼ିଶାର ଗୋଟିଏ ବି ପର୍ୟ୍ୟଟନସ୍ଥଳୀ ନାହିଁ ।

ମହାରଥୀ କହିଥିଲେ, ଅନେକ ଗୁରୁତ୍ବପୂର୍ଣ୍ଣ ଐତିହ୍ୟ ଏବଂ ପର୍ୟ୍ୟଟ ସ୍ଥଳୀ ପାଇଁ ଓଡିଶାକୁ ଖ୍ୟାତି ମିଳିଛି, ହେଲେ ଏଭିତରୁ କୌଣସି ଗୋଟିକର ବିକାଶ ନେଇ କେନ୍ଦ୍ର ସରକାରଙ୍କ କୌଣସି ଚିନ୍ତା ନାହିଁ । ଓଡ଼ିଶା ମନ୍ଦିରମାଳିନୀ ରାଜ୍ୟ ରୂପେ ଚାରିଆଡ଼େ ପରିଚିତ । ବିଶ୍ବ ଐତିହ୍ୟ ତାଲିକାରେ ରହିଛି କୋଣାର୍କ ସୂର୍ୟ୍ୟମନ୍ଦିର । ଏହାବ୍ୟତୀତ ଭିତର କନିକା, ଏସିଆର ସର୍ବବୃହତ୍ତମ ପ୍ରାକୃତିକ ହ୍ରଦ ଚିଲିକା ଓ ସିମିଳିପାଳ ଅଭୟାରଣ୍ୟ ୟୁନେସ୍କୋ ତାଲିକାରେ ସ୍ଥାନ ପାଇଛନ୍ତି । ବୌଦ୍ଧ ସଂସ୍କୃତିର କୀର୍ତ୍ତିମାନ ପ୍ରତୀକ ଲଳିତଗିରି, ରତ୍ନଗିରି ଏବଂ ଉଦୟଗିରି ସର୍କିଟ୍ ଦେଶ ବିଦେଶର ଲକ୍ଷାଧିକ ପର୍ୟ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି । ବିଶ୍ୱବିଖ୍ୟାତ ପୁରୀ ମନ୍ଦିର କଥା ମଧ୍ୟ ଭୁଲିଗଲେ କେନ୍ଦ୍ର ସରକାର । ଏତେସବୁ ପର୍ୟ୍ୟଟନ ସ୍ଥଳ ଥାଇ ବି କେନ୍ଦ୍ର ସଂସ୍କୃତି ବିଭାଗର ଆଖି କାହାରି ଉପରେ ବି ପଡ଼ିଲାନି । ପର୍ୟ୍ୟଟନ କ୍ଷେତ୍ରରେ କେନ୍ଦ୍ର ଚିହ୍ନଟ କରିଥିବା ୧୭ଟି ପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳୀରୁ ଓଡିଶାର ଗୋଟିଏ ବି ପର୍ୟ୍ୟଟନସ୍ଥଳ ସ୍ଥାନ ପାଇନାହିଁ ।

Share

Leave a Reply

Your email address will not be published. Required fields are marked *

eighteen − eighteen =