ଓଲଟିଲା ଡଙ୍ଗା

ଜଗତସିଂହପୁର: ପାରାଦ୍ଵୀପ: ପାରାଦ୍ଵୀପ- ମହାନଦୀ ମୁହାଣ ରେ ଏକ ବଡ ଅଘଟଣ ଘଟିଯାଇଛି । ଢେ଼ଉ ମାଡ଼ରେ ଓଲଟିଲା ଡଙ୍ଗା । ଏହି ଡ଼ଙ୍ଗାରେ ୫ ଜଣ ମତ୍ସଜୀବୀ ଥିବାର ସୂଚନା ମିଳିଛି । ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ମତ୍ସ୍ୟଜୀବୀ ମାନଙ୍କୁ ଅନ୍ୟ ଏକ ମାଛ ଧରା ଡଙ୍ଗାରେ ଉଦ୍ଧାର କରଯାଉଥିବାର ସୂଚନା ମିଳିଛି । ନେହେରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ଡଙ୍ଗା ଓଲଟି ପଡିଥିଲା । ଡଙ୍ଗାରେ ମୋଟ ୧୮ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ । ନଦୀକୁ ଯାଇଥିବା ଅନ୍ୟ ମତ୍ସ୍ୟଜୀବୀ ସାଥୀଙ୍କ ଦ୍ୱାରା ସମସ୍ତେ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସମସ୍ତ ମତ୍ସ୍ୟଜୀବୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ବୋଲି ଜଣା ପଡିଛି। ଆଜି ସକାଳେ ମତ୍ସ୍ୟ ମାରିବାକୁ ଯାଇଥିଲେ ଫେରୁଥିବା ସମୟରେ ଉଚ୍ଚ ଢେଉ ଏବଂ କରେଣ୍ଟ ଯୋଗୁଁ ଏହି ଭଳି ଅଘଟଣ ଘଟିଛି ।

Share

Leave a Reply

Your email address will not be published. Required fields are marked *

17 − 11 =