ପୁଣି ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ() ପୁଣି ବଢିଲା ଗ୍ୟାସ ଦର । ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ରୋଷେଇ ଗ୍ୟାସରେ ବଡ ଧରଣର ବୃଦ୍ଧି ହୋଇଛି । ସିଲିଣ୍ଡର ପିଛା ୧୪୯ ଟଙ୍କା ଦର ବୃଦ୍ଧି ହୋଇଛି । ରୋଷେଇ ସିଲିଣ୍ଡରର ଦର ୭୪୬ ଟଙ୍କା ୫୦ ପଇସା ଥିବା ବେଳେ ଏବେ ଏହା ୮୯୫ ଟଙ୍କା ହୋଇଛି ।

ତେବେ କେନ୍ଦ୍ର ସରକାର ରିହାତି ମଧ୍ୟ ବଢାଇଛନ୍ତି । ପୂର୍ବରୁ ଏହି ରିହାତି ୨୩୫ଟଙ୍କା ଥିଲା । ରିହାତି ୩୮୪ ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଂଉଟକୁ ଆସିଯିବ । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସିଲିଣ୍ଡର ପାଉଥିବା ହିତାଧିକାରୀମାନେ ପୂର୍ବରୁ ୧୭୪ ଟଙ୍କା ୮୬ ପଇସା ରିହାତି ପାଉଥିବା ବେଳେ ଏବେ ସେମାନେ ୩୧୨ ଟଙ୍କା ୪୮ ପଇସାର ରିହାତି ପାଇବେ ।

Share

Leave a Reply

Your email address will not be published. Required fields are marked *

twelve − 3 =