ହସପିଟାଲ କର୍ମଚାରୀଙ୍କ ପାଇଁ ନୂଆ ଗାଇଡ଼ଲାଇନ ଜାରି

ଭୁବନେଶ୍ୱର() ସମ୍ପ୍ରତି ହସପିଟାଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି । ଗୋଟିଏ ହସପିଟାଲରେ ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛି ଭୁବନେଶ୍ୱର ମହାନଗର ନିଗମ । ଏହାକୁ ଆଖି ଆଗରେ ରଖି ହସପିଟାଲ କର୍ମଚାରୀଙ୍କ ପାଇଁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି । ବିଏମସି ପକ୍ଷରୁ କୁହାଯାଇଛିଯେ, ବସ୍ତି ଅଂଚଳରେ ରହୁଥିବା ସବୁ କର୍ମଚାରୀଙ୍କ ଡାଟାବେସ ପ୍ରସ୍ତୁତ କରାଯିବ । ଡାଟାବେସ ପ୍ରସ୍ତୁତ ପାଇଁ ସବୁ ଘରୋଇ ହସପିଟାଲ କର୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ବସ୍ତି ଅଂଚଳରେ ରହୁଥିବା ହସପିଟାଲ କର୍ମଚାରୀ ଏକାଦିକ୍ରମେ ୧୪ ଦିନ ଡୁ୍ୟଟି କରିବେ । ହସପିଟାଲ ପରିସରରେ ସଂପୃକ୍ତ କର୍ମଚାରୀମାନଙ୍କ ପାଇଁ ରହଣୀ ବ୍ୟବସ୍ଥା କରାଯିବ । ଯଦି ୧୪ ଦିନ ଡୁ୍ୟଟି ପରେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବ, ତେବେ ସେମାନଙ୍କୁ ରିଲିଭ କରାଯାଇପାରିବ । ପ୍ରଥମ ଦଫା କର୍ମଚାରୀଙ୍କ ଡୁ୍ୟଟି ପରେ ଦ୍ୱିତୀୟ ଦଫା କର୍ମଚାରୀଙ୍କୁ ଡୁ୍ୟଟି ମିଳିବ । ଏଥିପାଇଁ ହସପିଟାଲ କର୍ତୃପକ୍ଷ ଜଣେ ନୋଡ଼ାଲ ଅଧିକାରୀ ନିଯୁକ୍ତ କରିବେ । ନୋଡ଼ାଲ ଅଧିକାରୀ ଏସଂକ୍ରାନ୍ତୀୟ ସବିଶେଷ ତଥ୍ୟ ନିୟମିତ ଭାବେ ବିଏମସିକୁ ପ୍ରଦାନ କରିବେ ।

Share

Leave a Reply

Your email address will not be published. Required fields are marked *

14 − eight =