ଶାନ୍ତି ନଫେରିବା ଯାଏ ୧୪୪ ଧାରା ଜାରି ରହିବ

କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ । ଯୋଡାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣା ପରେ କାଲି ରାତି ୧୨ଟାରୁ ଜିଲ୍ଲାର ସମସ୍ତ ଇଣ୍ଟରନେଟ ସେବା ବନ୍ଦ ରହିଛି । ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଅଧିକ ଉତ୍ତେଜନା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଯୋଡା ଥାନା ଅଞ୍ଚଳରେ ୧୪୪ ଧାରା ଜାରି ରହିଛି । ଶାନ୍ତି ନଫେରିବା ଯାଏଁ ୧୪୪ ଧାରା ବଳବତ୍ତର ରହିବ । ଶାନ୍ତି କମିଟି ବୈଠକକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି । ଗୋଟିଏ ସ୍ଥାନରେ ୩ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

four × two =