ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟର ୧୭ଟି ଜିଲ୍ଲାରୁ ଆଉ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି କ୍ରମରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪,୯୪୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗଞ୍ଜାମରୁ ସର୍ବାଧିକ ୬୦ ସୁସ୍ଥ ହୋଇଥିବା ବେଳେ ଗଜପତିରୁ ୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୯ ଜଣ, କଟକରୁ ୧୮ ଜଣ, ଭଦ୍ରକରୁ ୧୪ ଜଣ, କେନ୍ଦୁଝରରୁ ୧୩ ଜଣ, ନୟାଗଡରୁ ୧୨ ଜଣ, ମୟୂରଭଞ୍ଜରୁ ୧୦ ଜଣ, ଯାଜପୁରରୁ ୯ ଜଣ, ବାଲେଶ୍ୱରରୁ ୮ ଜଣ, କେନ୍ଦ୍ରପଡାରୁ ୭ ଜଣ, ଅନୁଗୁଳରୁ ୪ ଜଣ, ଢେଙ୍କାନାଳରୁ ୩ ଜଣ, ବଲାଙ୍ଗିର ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେବଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 5 =