ଅନଲାଇନରେ ପନିପରିବା ବିକ୍ରିବଟା

ଭୁବନେଶ୍ୱର () କରୋନା ସଂକ୍ରମଣ ପାଇଁ ସାରା ଦେଶ ଲକଡାଉନରେ । ଏହାଦ୍ୱାରା ପନିପରିବା ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟାରେ ନାନା ଅସୁବିଧା ହେଉଛି । ଏହାର ସମାଧାନ ପାଇଁ ଆଜି କୃଷି ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି ଏକ ଅଭିନବ ପଦକେ୍ଷପ । ଉଦ୍ୟାନ କୃଷି ଭିତ୍ତିକ ଦ୍ରବ୍ୟର ବିପଣନ ପାଇଁ ଆରମ୍ଭ ହୋଇଛି ଏକ ୱେବସାଇଟ । ଆଜି କୃଷି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏହାର ଉଦଘାଟନ କରିଛନ୍ତି ।

ଫଳ, ପନିପରିବା, ଫୁଲ ଓ ମସଲା ଆଦିର ଗୁଣାତ୍ମକ ମାନ ଶୀଘ୍ର ନଷ୍ଟ ହେଉଥିବାରୁ ଏହାର ଉପଯୁକ୍ତ ବିକ୍ରିବଟା ପାଇଁ ଏହି ୱେବ ସାଇଟ odihortmarketing.nic.in କୁ ଆଜି ରାଜ୍ୟର ସବୁ ଚାଷୀଙ୍କ ପାଇଁ ଉତ୍ସର୍ଗ ହୋଇଛି । ଏହା ମାଧ୍ୟମରେ ଓଡିଶାର ସବୁ ଉଦ୍ୟାନକୃଷି ଅଧିକାରୀ ତାଙ୍କ ଜିଲ୍ଲାରେ ବଳକା ଉତ୍ପାଦିତ ଦ୍ରବ୍ୟକୁ ଦର୍ଶାଇବେ ଏବଂ ତାହା ବ୍ୟବସାୟୀଙ୍କ ପାଇଁ ଉବଲବ୍ଧ ହେବ । ବ୍ୟବସାୟୀମାନେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଯୋଗଯୋଗ କରି ସିଧାସଳଖ ଚାଷୀଙ୍କ ଠାରୁ ଉଚିତ ମୂଲ୍ୟରେ କ୍ରୟ କରିପାରିବେ । ଏହାଦ୍ୱାରା ଚାଷୀ ନିଜ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ମଧ୍ୟ ପାଇପାରିବ । ବତ୍ର୍ତମାନ ସୁଦ୍ଧା ଏହି ୱେବସାଇଟରେ ୧୫୦୦ରୁ ଅଧିକ ବ୍ୟବସାୟୀଙ୍କ ତାଲିକା ଉପଲବ୍ଧ ।

Share

Leave a Reply

Your email address will not be published. Required fields are marked *

nine + five =