୪୪ନମ୍ବର କରୋନାରେ ଆକ୍ରାନ୍ତ ଥିବା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ବର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏକ ଘରୋଇ ହସ୍ପିଟାଲରେ ରାଜ୍ୟର ୪୪ନମ୍ବର କରୋନାରେ ଆକ୍ରାନ୍ତ ଥିବା ରୋଗୀଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗରୁ ଆସି ସେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଥିଲେ । ଦୁଇ ଦୁଇ ଥର ତାଙ୍କର ନମୁନା ପରୀକ୍ଷା ନେଗେଟିଭ୍ ମଧ୍ୟ ଆସିଥିଲା । କିନ୍ତୁ କରୋନା ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ ଡିସଚାର୍ଯ କରାଯାଇନଥିଲା । ଅନ୍ୟ ରୋଗରେ ଚିକିତ୍ସା ଚାଲିଥିବାରୁ ତାଙ୍କୁ ହସ୍ପିଟାଲରେ ରଖାଯାଇଥିଲା । ଆଜି ସକାଳେ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିବାରୁ ତାଙ୍କର ମୃତ୍ୟୁ ହୋଇଛି । ସମ୍ପୃକ୍ତ ରୋଗୀଙ୍କର ପିଟୁଇଟାରି ଟ୍ୟୁମର ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା । ଏହାସହ ଓଡ଼ିଶାରେ କରୋନାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ବତ୍ତର୍ମାନ ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ଜଣ ସୁସ୍ଥ ହୋଇଛନ୍ତି । ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଏବେ ୪୮ଜଣ ରାଜ୍ୟରେ କରୋନାରେ ସକ୍ରିୟ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + 5 =