ନାବାଳିକାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ବାପା ଏବଂ ସାବତ ମା’ ଗିରଫ

ଭୁବନେଶ୍ୱର: ବାଲିପାଟଣା ଥାନା ଅଂଚଳରେ ୭ ବର୍ଷର ଝିଅକୁ ନିର‌୍ୟାତନା ଘଟଣାରେ ନାବାଳିକାର ବାପା ଏବଂ ସାବତ ମା କୁ ଗିରଫ କରିଛି ପୋଲିସ । ବାଲିପାଟଣା ପୋଲିସ ଗିରଫ କରିଥିବା ନେଇ ଡିସିପି ସୂଚନା ପ୍ରଦାନ କରିଛନ୍ତି । ଉଭୟଙ୍କ ନାଁ ରେ ୩୦୭ ବଳି ସଂଗୀନ ଦଫା ମଧ୍ୟ ପୋଲିସ ଲଗାଇଛି । ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାକୁ ବାପା ଏବଂ ସାବତ ମା ଅକଥନୀୟ ନିର୍ଯାତନା ଦେଉଥିଲେ । ଝିଅଟିକୁ କିଛି ଖାଇବାକୁ ନଦେବା ସହିତ ନିର୍ଘାତ ମାଡ ମାରୁଥିଲେ । ଏମିତିକି ଗରମ ପାଣିରେ ହାତ ବୁଡାଇ ମଜା ନେଉଥିଲେ ବାପା ଓ ସାବତ ମା । ଚାଇଲ୍ଡଲାଇନ୍ ପକ୍ଷରୁ ଡାକ୍ତରଖାନାରେ ସମସ୍ତ ଆବଶ୍ୟକୀୟ ଯତ୍ନ, ଔଷଧ ଏବଂ ଖାଦ୍ୟ ଯୋଗାଇ ଦେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଜି ଅଭିଯୁକ୍ତ ବାପା ସହ ସାବତ ମାଆଙ୍କୁ ଅଟକ ରଖି ପଚରାଉଚରା ପରେ ଗିରଫ କରିଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

16 + 16 =