ବାଉଳି ହେଉଛି ଜଗନ୍ନାଥ

ଭୁବନେଶ୍ୱର: ହସ୍ପିଟାଲରେ ଅଭିଯୁକ୍ତ ଜଗନ୍ନାଥ ବାଉଳି ହେଉଛି । ଏମିତିକି ସାଇକୋ ପାଲଟି ପ୍ରେମିକା ରିଙ୍କିଙ୍କୁ ଝୁରୁଛି, କାନ୍ଦୁଛି, ଆଉ ମନେ ପକାଉଛି । ହଠାତ୍ ଶୋଇପଡୁଛି । ପୁଣି ବେଡରୁ ଉଠି ବସିପଡୁଛି । ଏହାଦେଖି ନର୍ସମାନେ ମଧ୍ୟ ଡରିଯାଉଛନ୍ତି । ଏମିତିକି ଠିକ୍ଭାବେ ସେ ଖାଦ୍ୟ ମଧ୍ୟ ଖାଉନାହିଁ । ହତ୍ୟାକାଣ୍ଡ ଦିନକୁ ମନେ ପକାଇ ବାଉଳିଚାଉଳି ହେଉଛି । ଜଗନ୍ନାଥର ମାନସିକ ଅବସ୍ଥା ସୁଧୁରିନଥିବାବେଳେ ତାକୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି କିଛିଦିନ ଲାଗିବ ବୋଲି ଜଣାପଡ଼ିଛି । ତେବେ ଏହାରି ଭିତରେ ପୋଲିସ ମଧ୍ୟ ତା’ର ତଦନ୍ତ ଜାରି ରଖିଛି । ଜଗନ୍ନାଥ ସୁସ୍ଥ ହେବା ଯାଏଁ ପୋଲିସ ସବୁଦିଗକୁ ନେଇ ତଦନ୍ତ ଚଳାଇଛି । ଏଥିରେ ଆଉ କିଏ ସମ୍ପୃକ୍ତି ରହିଛି, ସେନେଇ ପୋଲିସ ଖୋଳତାଡ୍ କରୁଛି ।

ସୂଚନାଯୋଗ୍ୟ, ରାଜଧାନୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ମୃତକ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓ ତାଙ୍କ ସ୍ୱାମୀ ରାକେଶ ସାହୁ ଏବଂ ୩ବର୍ଷର ପୁଅ ଘର ଭଡ଼ା ନେଇ ରହୁଥିଲେ । ଗତ ସୋମବାର ଯାଜପୁରର ଜଗନ୍ନାଥ ପ୍ରଧାନ ନାମକ ଜଣେ ଯୁବକ ପ୍ରିୟଙ୍କାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିଲା । ପରେ ଭିଡ଼ିଓ କଲ୍ କରି ପ୍ରିୟଙ୍କାଙ୍କ ସ୍ୱାମୀକୁ ସ୍ତ୍ରୀ’କୁ ଦେଖାଇଥିଲା । ଏହାପରେ ନିଜେ ବିଷ ପିଇ ଓ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ସୌଭାଗ୍ୟବଶଃତ ୩ବର୍ଷର ପୁଅ ଘରମାଲିକଙ୍କ ପାଖକୁ ପଳାଇଯାଇଥିଲେ । ନହେଲେ ତାକୁ ବି ଅଭିଯୁକ୍ତ ମାରିବାର ଯୋଜନା କରିଥିଲା । ଏସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରିୟଙ୍କାଙ୍କ ମୃତଦେହ ଉଦ୍ଧାର କରିବା ସହ ଜଗନ୍ନାଥକୁ ହସ୍ପିଟାଲ ପଠାଇଥିଲା । ଏହାପରେ ସେଠାରୁ ସୁଇସାଇଡ୍ ନୋଟ୍ ସମେତ ଛୁରି ଓ ତଦନ୍ତ ସାପେକ୍ଷ ଜିନିଷ ଜବତ କରିଥିଲା ।

Share

Leave a Reply

Your email address will not be published. Required fields are marked *

two × 3 =