ବିରଳ ଓ ଜଟିଳ ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ସାଉଁଟିଲେ ସମ୍ ନ୍ୟୁରୋସର୍ଜନ

ଭୁବନେଶ୍ୱର: ବିରଳ ଓ ଜଟିଳ ଜ୍ୟାଂଟ ଆନ୍ୟୁରିଜିମ୍ ସମସ୍ୟାରେ ପୀଡ଼ିତ ଥିବା ୧୮ ବର୍ଷ ଯୁବକଙ୍କର ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ହାସଲ କରିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସ୍ ଆଣ୍ଡ ସମ ହସ୍ପିଟାଲର ନ୍ୟୁରୋସର୍ଜନ୍ ।
ବିଶ୍ୱରେ ବର୍ତମାନ ପର୍ଯ୍ୟନ୍ତ ଏହି ସମସ୍ୟାରେ ପୀଡ଼ିତ ଥିବା ପ୍ରାୟ ୩୦ ରୁ କମ୍ ବ୍ୟକ୍ତିଙ୍କର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି ବୋଲି ସୂଚନା ଦେଇଛନ୍ତି ଏହି ଅସ୍ତ୍ରୋପଚାର ଟିମର ନେତୃତ୍ୱ ନେଇଥିବା ସମର ନ୍ୟୁରୋସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାସ ।
ସୂଚନାଅନୁସାରେ ସୁବାଶିଷ ରାଉତ ନାମକ ଯୁବକଙ୍କର ଦୀର୍ଘ ୧ ମାସ ଧରି ପ୍ରବଳ ମୁ ଣ୍ଡ ବ୍ୟଥା ଲାଗି ରହିବା ଯୋଗୁଁ ସେ ସମ୍ ହସ୍ପିଟାଲକୁ ଆସିଥିଲେ । ତାଙ୍କ ମସ୍ତିଷ୍କର ସ୍କାନିଂ ହେବା ପରେ ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବ ହୋଇଥିବାର ଜଣାପଡ଼ିଥିଲା । ବ୍ରେନ୍ ଆଞ୍ଜିଓ କରାଯିବା ପରେ ପଛଭାଗରେ ଥିବା ମସ୍ତିଷ୍କର ଧମନୀରେ ଏକ ବଡ଼ ଫୋଟକା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଡାକ୍ତରୀ ଭାଷାରେ ଜ୍ୟାଂଟ ପିସିଏ ଆନ୍ୟୁରିଜିମ୍ କୁହାଯାଏ ।
ଏହା ଖୁବ୍ ବିରଳ ସମସ୍ୟା ଏବଂ ତଥ୍ୟ ଅନୁଯାୟୀ ବିଶ୍ୱରେ ୩୦ ରୁ କମ୍ ଏଭଳି ଘଟଣା ସାମ୍ନାକୁ ଆସିଛି । ଯଦି ଠିକ୍ ଭାବରେ ଚିକିତ୍ସା କରା ନଯାଏ ତେବେ ରୋଗୀର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ
ବୋଲି ଡା. କହିଛନ୍ତି ।
ଡା. ଦାସ ଏବଂ ତାଙ୍କ ଟିମ୍ ଦୀର୍ଘ ୮ ଘଂଟା ଧରି ଏହି ଅସ୍ତ୍ରୋପଚାର କରିଥିଲେ ଏବଂ ଠିକ୍ ଏହାର ପରଦିନ ରୋଗୀଟି ଚାଲିବାକୁ ସକ୍ଷମ ହୋଇପାରିଥିଲା । ଏକ ସପ୍ତାହ ପରେ ସେ ଠିକ୍ ଭାବରେ କଥା କହିବାରେ ସକ୍ଷମ ହେବା ସହ ହସ୍ପିଟାଲରୁ ଡିସଚାର୍ଜ ହୋଇଯାଇଛି ।
ଡା. ଦାସଙ୍କ ନେତୃତ୍ୱ ଏହି ଟିମରେ ନ୍ୟୁରୋସର୍ଜନ୍ ଡା.ସତ୍ୟଭୂଷଣ ସେନାପତି ଏବଂ ଡା.ଅଭିଜିତ୍ ଆଚାର୍ଯ୍ୟ ରହିଥିବା ବେଳେ ଆନେସଥେସିଆ ଟିମରେ ଡା.ସୁଦୀପ ମହାପାତ୍ର ଏବଂ ଡା.ଶିଖା ସାମିଲ୍ ଥିଲେ । ଅସ୍ତ୍ରୋପଚାର ଗୃହଷ୍ଟାଫ୍ ଶ୍ରୀ ଲଳିତ ନାରାୟଣ ସାହୁ ଏବଂ ଶ୍ରୀ ବିଜୟ ଅସ୍ତ୍ରୋପଚାର ସମୟରେ ସାହାଯ୍ୟ କରିଥିଲେ । ନିକଟରେ ଡା. ଦାସଙ୍କ ନେତୃତ୍ୱରେ ଏହି ନ୍ୟୁରୋସର୍ଜରୀ ଟିମ୍ ଜଟିଳ ବ୍ରେନଷ୍ଟେମ୍ କାଭେରନୁମା ମାୟୋକ୍ଲୋନିକ୍ ଏପିଲେପ୍ସି ବ୍ୟାଧିରେ ପୀଡ଼ିତ ଥିବା ଜଣେ ୨୮ ବର୍ଷୀୟ ଯୁବକଙ୍କ ଠାରେ ସଫଳତା ସହ ଜଟିଳ ଅସ୍ତ୍ରୋପଚାର କରିଥିଲେ ।

Share

Leave a Reply

Your email address will not be published. Required fields are marked *

9 − three =