ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆଜି ରାତିରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ‘ଗୁଲାବ’ । ବାତ୍ୟାର ପ୍ରଭାବ କଣ ହେବ । କେତେ କ୍ଷୟକ୍ଷତି ହେବ ତାକୁ ନେଇ ସମସ୍ତଙ୍କ ମୁଣ୍ଡରେ ଏବେ ଚିନ୍ତା । ଯଦିଓ ସରକାର ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ତଥାପି ସମସ୍ତଙ୍କ ମନରେ ରହିଛି ସଙ୍କା । କଣ ହେବ, କେତେ ବେଗରେ ପବନ ବହିବ ଆଉ ବର୍ଷା ପରିମାଣ କେତେ ରହିବ । ସେପଟେ ଏହି ଚିନ୍ତାରେ ଲୋକେ ଘାରି ହେଉଥିବା ବେଳେ ବାତ୍ୟା ପଛେ ପଛେ ଆସୁଛି ଆଉ ଏକ ଲଘୁଚାପ । ଏ ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ଆସିବ ବୋଲି ସ୍କାଏମେଟ ଆକଳନ କରିଛି । ବର୍ତ୍ତମାନର ବାତ୍ୟା ଯିବା ପରେ ବି ସେପ୍ଟେମ୍ବର ଶେଷବେଳକୁ ରାଜ୍ୟରେ ଆହୁରି ବର୍ଷା ସମ୍ଭାବନା ଅଛି ।

ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଆଁମୁ’ର ଏହା ଅଂଶ ବିଶେଷ ହେବ । ଡିଆଁମୁ କ୍ରମଶଃ ଦୁର୍ବଳ ହେବା ସହ ଭିଏତନାମ, ଥାଇଲାଣ୍ଡ ଅତିକ୍ରମ କରିବା ପରେ ଏବେ ମିଆଁମାର ଉପରେ ରହିଛି ଲଘୁଚାପ ଅବସ୍ଥାରେ । ଏହା ଆହୁରି ଦୁର୍ବଳ ହୋଇ ୨୬ ତାରିଖବେଳକୁ ଘୂର୍ଣ୍ଣିବଳୟ ରୂପ ନେଇ ବଙ୍ଗୋପସାଗରକୁ ପଶିବ । ପରେ ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଆଉ ମୁହାଁଇବ ଓଡ଼ିଶା ଉପକୂଳ ଆଡ଼କୁ । ଏହା ପ୍ରଭାବରେ ସେପ୍ଟେମମ୍ବର ଶେଷ ସପ୍ତାହରେ ଓଡ଼ିଶାରେ ବର୍ଷା ଲାଗି ରହିବ । ଚଳିତ ସେପ୍ଟେମ୍ବର ମାସରେ ଏହା ରାଜ୍ୟର ପଞ୍ଚମ ଲଘୁଚାପ ହେବ ।

Share

Leave a Reply

Your email address will not be published. Required fields are marked *

5 × one =