କୁଅରେ ପଡ଼ି ଶିଶୁ ମୃତ

ଖୋର୍ଦ୍ଧା: ଖେଳୁଥିବା ବେଳେ ବାଡ଼ିରେ ଥିବା କୂଅରେ ପଡି ଚାଲିଗଲା କଅଁଳ ଶିଶୁର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବେଗୁନିଆ ଷ୍ଟେସନ ରୋଡ଼ରେ। ବେଗୁନିଆ ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମର ସୁଦର୍ଶନ ବେହେରା ବେଗୁନିଆ ଷ୍ଟେସନ ରୋଡରେ ଘର କରି ରହୁଥିବାବେଳେ ରବିବାର ତାଙ୍କ ଝିଅ ଶୁଭଶ୍ରୀ ବେହେରା(ଦେଢ଼ ବର୍ଷ) ଖେଳୁଥିବା ସମୟରେ ବାଡ଼ିରେ ଥିବା କୂଅରେ ପଡିଯାଇଥିଲା। ଖବର ପାଇ ବେଗୁନିଆ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ବହୁ ପରିଶ୍ରମ କରି ଶିଶୁକୁ କୂଅରୁ ଉଦ୍ଧାର କରିବା ପରେ ତାଙ୍କୁ ବେଗୁନିଆ ଡାକ୍ତରଖାନାକୁ ନେଇ ଯାଇଥିଲେ । ବେଗୁନିଆରୁ ତାକୁ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତର ଶିଶୁଟକୁ ସେଠାରେ ମୃତ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − ten =