ବିଜେଡିରେ ଯୋଗ ଦେଲେ ଅମର ପଟ୍ଟନାୟକ

ଭୁବନେଶ୍ବର: ଅବସରପ୍ରାପ୍ତ ପ୍ରିନ୍ସିପାଲ୍ ଏଜି ଅମର ପଟ୍ଟନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି।ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିରେ ଯୋଗ ଦେବା ପରେ ଅମର କହିଛନ୍ତି,“ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡିରେ ଯୋଗ ଦେଇଛି। ମୁଁ ରାଜ୍ୟ ପାଇଁ କିଛି କରିବାକୁ ଆଶା ରଖିଛି।” ବିଜେଡିର ଆଇଟି ମୁଖ୍ୟ ଭାବେ ତାଙ୍କୁ ଦାୟିତ୍ୱ ମିଳିଛି।ତେବେ ଦଳ ପକ୍ଷରୁ ତାଙ୍କୁ ଭୁବନେଶ୍ୱର କିମ୍ବା କେନ୍ଦ୍ରାପଡ଼ାରୁ ସାଂସଦ ପ୍ରାର୍ଥୀ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସିଏ ବିଜେଡିରେ ସାମିଲ ହୋଇଥିବା ଚର୍ଚ୍ଚା  ହେଉଛି

Share

Leave a Reply

Your email address will not be published. Required fields are marked *

five × 1 =