ସ୍ତ୍ରୀଙ୍କ ମୃତଦେହ ଧରି ଫେରୁଥିଲେ ସ୍ୱାମୀ, ଦୁଘଟଣାରେ ଚାଲିଗଲା ଜୀବନ

ବଲାଙ୍ଗୀର: ବିଧିର ବିଧାନ କେ କରିବ ଆନ । ସାତ ଜନ୍ମପାଇଁ ସାଥିହୋଇ ରହିବାକୁ କଥା ଦେଇଥିଲେ । ଆଉ ଗୋଟିଏ ଦିନରେ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ । ସ୍ତ୍ରୀର ଶବ ନେଇ ଘରକୁ ଫେରୁଥିଲେ ସ୍ୱାମୀ । ବାଟରେ ଦୁର୍ଘଟଣା ଘଟିବାରୁ ଶେଷରେ ନିଜେ ହୋଇଗଲେ ଶବ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ହେଲେ ତୁରେଇକେଲା ବ୍ଲକ ଲର୍କି ଗାଁର ବିପିନ୍ ସେଠ । ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

ମିଳିଥିବା ଖବର ମୁତାବକ, ବିପିନଙ୍କ ସ୍ତ୍ରୀ ସାଏବାନ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ବୁର୍ଲା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀର ଶବକୁ ଆମ୍ବୁଲାନ୍ସରେ ଧରି ଘରକୁ ଫେରୁଥିଲେ ବିପିନ । ବାଟରେ ଆସୁଥିବାବେଳେ ଆମ୍ବୁଲାନ୍ସଟି ପଦ୍ମପୁର-ପାଟଣାଗଡ଼ ରାସ୍ତାର ଝୁଲେନବର ନିକଟରେ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ବିପିନଙ୍କ ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସ ଡ୍ରାଇଭର ଦୁର୍ଘଟଣା ପରେ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି ।

Share

Leave a Reply

Your email address will not be published. Required fields are marked *

4 × 5 =