ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଟିକା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ । ସମସ୍ତଙ୍କୁ ଟିକା ପାଇଁ ନିୟମରେ କୋହଳରେ ରାଜ୍ୟକୁ ଅନୁମତି ମିଳୁ । ନବୀନ କହିଛନ୍ତି କି ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ ହେଉଛି କି କେନ୍ଦ୍ର ସରକାର ଟିକା ଆଣି ରାଜ୍ୟମାନଙ୍କୁ ବାଣ୍ଟୁ । ସେପଟେ କେନ୍ଦ୍ର ସରକାର ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରୁନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ନିୟମ କୋହଳ କଲାପରେ ରାଜ୍ୟମାନେ ଟିକାପାଇଁ ଟେଣ୍ଡର ଡାକିଛନ୍ତି । ପରଷ୍ପର ମଧ୍ୟରେ ନଲଢ଼ି ଏକାଠି ରହିବାକୁ ଆହ୍ୱାନ ଦେବାସହ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକରାଗଲେ କୌଣସି ରାଜ୍ୟ ସୁରକ୍ଷିତ ନୁହଁନ୍ତି ବୋଲି ମଧ୍ୟ ସେ କହିଛନ୍ତି । ଲୋକଙ୍କ ସୁରକ୍ଷା ଲାଗି ଦୃଷ୍ଟି ଦେବା ସହ ଟିକା ସଙ୍କଟ ଦୂର କରିବା ନେଇ ସମସ୍ତଙ୍କ ସହମତି ମଧ୍ୟ ଲୋଢ଼ିଛନ୍ତି ନବୀନ ।

Share

Leave a Reply

Your email address will not be published. Required fields are marked *

19 − 2 =