ପୋଖରୀରେ ଭାସୁଛି ନବଜାତ ଶିଶୁର ମୃତଦେହ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ହଳଦୀଗଡ଼ିଆ ଗାଁରୁ ଆସିଛି ଅଭାବନୀୟ ଦୃଶ୍ୟ ପୋଖରୀରେ ଭାସୁଛି ନବଜାତ ଶିଶୁର ମୃତଦେହ । ଶିଶୁଟିର ନାଭି କଟାହୋଇନାହିଁ । ତେବେ କିଏ ଏବଂ କାହିଁକି ଫୋପାଡ଼ି ଚାଲିଯାଇଛି ତାହା ସ୍ପଷ୍ଟ ହୋଇନାହିଁ । କୁମାରୀ ମାତୃତ୍ୱ ହୋଇଥାଇପାରେ ବୋଲି ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ପୋଲିସର ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣା ପଡିବ ବୋଲି ଆଶା କରାଯାଉଛି । ତେବେ ଖବର ପ୍ରସାରଣ କରାଯିବା ସୁଦ୍ଧା ଶିଶୁଟିର ମୃତଦେହକୁ ଉଦ୍ଧାର କରାଯାଇନାହିଁ ।

Share

Leave a Reply

Your email address will not be published. Required fields are marked *

three × 1 =