ବଞ୍ଚାଇ ପାରିଲାନି ଇକମୋ ଚିକିତ୍ସା, ଚାଲିଗଲା ଅଭିଶେକଙ୍କ ଜୀବନ

ଭୁବନେଶ୍ୱର: ବଞ୍ଚି ପାରିଲାନି ଜୀବନ । ଦୀର୍ଘ ଦିନର ଚିକିତ୍ସା ପରେ ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର । କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇପଡିବା ପରେ କୋଲକତାରେ ଚାଲିଥିଲା ତାଙ୍କର ଇକମୋ ଚିକିତ୍ସା। ହେଲେ ଦୁଃଖର ବିଷୟ ଗତକାଲି ରାତି ପ୍ରାୟ ୧୦ଟା୪୫ ମିନିଟରେ ଅଭିଷେକ ସବୁଦିନ ପାଇଁ ଆଖି ବୁଜିଥିଲେ ।
ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଅଭିଷେକ ମହାପାତ୍ର ଉମାନ୍ରେ ସିଭିଲ୍ ଇଞ୍ଜିନିୟର ଭାବେ କାର୍ୟ୍ୟ କରନ୍ତି। । ବାପା-ମାଆଙ୍କର ଏକମାତ୍ର ପୁଅ ଥିଲେ ଅଭିଷେକ। ନିଜ ବାହାଘର ପାଇଁ ସେ ମାର୍ଚ୍ଚ ୨୫ ତାରିଖରେ ଘରକୁ ଆସିଥିଲେ। ମେ’ ୫ ତାରିଖରେ ତାଙ୍କର ବିବାହ ହୋଇଥିଲା । ହେଲେ ଭାଗ୍ୟର ବିହମ୍ବନା ବିବାହା ମାତ୍ର ୮ ଦିନ ପରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ । ପରେ ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

Share

Leave a Reply

Your email address will not be published. Required fields are marked *

three × 4 =