ଏହି ଫଳ ଲମ୍ବା ସମୟ ଯାଏଁ ଆପଣଙ୍କ ଯୌବନକୁ ରଖିବ ସୁରକ୍ଷିତ

ହିମାଳୟ କ୍ଷେତ୍ର ଓ ଭାରତର ଦ୍ବୀପମାନଙ୍କରେ ଅଁଳା ଗଛ ବହୁ ମାତ୍ରାରେ ଦେଖିବାକୁ ମିଳେ। ଏହାର ଫଳ ସାଧାରଣତଃ ଛୋଟ ଥାଏ।  ଏହା ଔଷଧୀୟ ଦ୍ରବ୍ୟ ଭାବେ ମଧ୍ୟ ବ୍ୟବହାର ହୁଏ। ଅଁଳା ଫଳରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିଅମ୍, କାର୍ବୋହାଇଡ୍ରେଟ, ଫାଇବର, ପ୍ରୋଟିନ, ଭିଟାମିନ, ମ୍ୟାଗ୍ନେସିଅମ, ଆଇରନ ଭରପୂର ମାତ୍ରାରେ ଥାଏ। ଅଁଳା ଖାଇଲେ ଅନେକ ରୋଗ ଦୂର ହୁଏ।

୧- ଅଁଳା ଖାଇଲେ କେଶ ମଜବୁତ ହୁଏ। ଏହା ସହ କେଶ ଶୀଘ୍ର ଧଳା ହୋଇନଥାଏ।

୨- ଅଁଳା ଫଳ ଆଖି ପାଇଁ ବେଶ ଲାଭଦାୟକ ହୋଇଥାଏ।

୩- ମଧୁମେହ ରୋଗରେ ଆକ୍ରାନ୍ତ ଥିବା ଲୋକେ ପ୍ରତିଦିନ ଅଁଳା ଖାଇବା ଉଚିତ୍।

୪- ଅଁଳା ଖାଇଲେ ତ୍ବଚାର ଚମକ ଫେରିଆସେ। ଚେହେରାର ଗ୍ଲୋ ପାଇଁ ଏହି ଫଳ ଖାଇବା ଜରୁରୀ।

୫- ପ୍ରତିଦିନ ସକାଳେ ଖାଲି ପେଟରେ ଅଁଳା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

3 × one =