ଅନୁଗୋଳରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅନୁଗୋଳ: ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବା ସହ ପ୍ରତ୍ୟେକ ଜୀବନ ଗୁରୁତ୍ୱପୂର୍ଣ୍ଣର ନାରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଅନୁଗୁଳ। ବଢିଲା ଅନୁଗୁଳର ଆତ୍ମବିଶ୍ୱାସ। ଢେଙ୍କାନାଳ ପୂର୍ବରୁ ଅନୁଗୁଳରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଜିଲ୍ଲାରେ ୧୧୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ୯୨୪ କାଟି ଟଙ୍କାର ହୋଇଛି ଭିତ୍ତି ପ୍ରସ୍ତର ସ୍ଥାପନ। ଜିଲ୍ଲାର ବିକାଶ ଧାରାକୁ ଏହା ଆଗକୁ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଇପ୍ ଯୋଗେ ପାନୀୟଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି।

ଜିଲ୍ଲାର ଚାଷୀଙ୍କ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ମାର୍ଟ ହେଲ୍ଥ କାର୍ଡ ଦ୍ୱାରା ଅନୁଗୁଳ ଜିଲ୍ଲାର ୧୦ଲକ୍ଷ ଲୋକ ସୁବିଧା ପାଇବେ। ଚିକିତ୍ସା ପାଇଁ ଟଙ୍କା ଚିନ୍ତା ଦୂର ହେବ। ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଏହି କାର୍ଡ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ରାଜ୍ୟର ୯୬ ଲକ୍ଷ ପରିବାର ଏହି କାର୍ଡ ପାଇବେ। ଉପକୃତ ହେବେ ସାଢେ ୩କୋଟି ଲୋକ। ହେଲଥ କାର୍ଡ ପାଇଥିବା ହିତାଧିକାରୀଙ୍କୁ ଦେଶର ବଡ଼ବଡ଼ ୨ ଶହ ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା। ଏହା କାର୍ଡ ପାଇଥିବା ହିତାଧିକାରୀଙ୍କୁ ହସ୍ପିଟାଲରେ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବନି।

Share

Leave a Reply

Your email address will not be published. Required fields are marked *

5 × three =