ଜିଲ୍ଲାପାଳଙ୍କ ସହ ଦିନଟିଏ …

କଳାହାଣ୍ଡି () କଳାହାଣ୍ଡି ଜିଲ୍ଲାର ତିନି ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଦିନିଟି ଥିଲା ଭିନ୍ନ । ସେମାନେ ଯାହା କେବେ ସ୍ବପ୍ନରେ ବି ଭାବିନଥିଲେ, ତାହା ସମ୍ଭବ ହୋଇଥିଲା । ଜିଲ୍ଲାପାଳଙ୍କ ସହ ଦିନଟିଏ ବିତାଇଲେ । ଜିଲ୍ଲାପାଳଙ୍କ  ବୈଠକଖାନାରେ ବସିଲେ, ତାଙ୍କ ସହ ବିଭିନ୍ନ ଅଂଚଳ ଗସ୍ତ କଲେ, ଭୋଜନ ବି କଲେ ।

କଳାହାଣ୍ଡି ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗ ହର୍ଷଦଙ୍କ ଉଦ୍ଦେଶ୍ୟ ହେଉଛି ଭିନ୍ନ । ସମସ୍ତେ ଛାତ୍ରଛାତ୍ରୀଙ୍କୁ ଭଲ ପଢିବାକୁ ପ୍ରୋତ୍ସାହିତ କରୁଥିବା ବେଳେ ଜିଲ୍ଲାପାଳ ମହୋଦୟ ଛାତ୍ରଛାତ୍ରୀଙ୍କୁ ବଡ ଲୋକ ହେବାର ସ୍ବପ୍ନ ଦେଖାଉଛନ୍ତି । କାରଣ ଜଣେ ସ୍ବପ୍ନ ଦେଖିଲେ ହିଁ, ତାକୁ ପୁରଣ କରିବାକୁ ସାଧନା କରିବ । ଏଥିସହିତ ସେ ନିଜେ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ଓ ଜୀବନ ଲକ୍ଷ୍ୟ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ ।

ଏଥିପାଇଁ କଳାହାଣ୍ଡି ଜିଲ୍ଲା କେରକୋଡା ଆଶ୍ରମ ସ୍କୁଲର ତିନି ଜଣ ଛାତ୍ରଛାତ୍ରୀଙ୍କ ସହ ଗୋଟିଏ ବିତାଇଥିଲେ ଜିଲ୍ପାପାଳ ଗାଭାଲି ପରାଗ । ଛାତ୍ରଛାତ୍ରୀଙ୍କ ସହ ଦିନଟିଏ ବିତାଇବାକୁ ଜିଲ୍ଲାପାଳ ଏତେ ଉତ୍ସାହିତ ଥିଲେ ଯେ, ସେ ସେମାନଙ୍କୁ ପ୍ରଥମେ ତାଙ୍କ ଅଫିସକୁ ସ୍ବାଗତ କରିବା ସହ ଦିନତମାମ ତାଙ୍କ ସହ ବିତାଇଥିଲେ । ଏହି ଛାତ୍ରଛାତ୍ରୀଙ୍କ ମାନସିକତାକୁ ଅନୁଧ୍ୟାନ କରିବା ପରେ ସେ ସେମାନଙ୍କୁ ଆଇସିଡିଏସ କାର୍ଯ୍ୟାଳୟ ଓ କଲେକ୍ଟରେଟକୁ ନେଇଥିଲେ । ସେଠାରେ ଏହି ଛାତ୍ରଛାତ୍ରୀମାନେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ସେମାନେ ନର୍ଲା ବ୍ଲକରେ ଏକ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅଷ୍ଟମ ଶ୍ରେଣୀର ଛାତ୍ରୀ ହେବାବତୀ ଜଣେ ଡାକ୍ତର ହେବାକୁ ଆଶା ରଖିଥିବା ଜିଲ୍ପାପାଳଙ୍କୁ ଜଣାଇଥିଲେ । ଏଥିପାଇଁ ସେ ଜଣେ ଚକ୍ଷୁ ଓ ଇଏନଟି ବିଶେଷଜ୍ଞଙ୍କ ସହ କଥା ହୋଇଥିଲେ । ଅଉଜଣେ ଛାତ୍ର ମକରଧ୍ବଜ ପୋଲିସ କମିଶନର ହେବାକୁ ଲକ୍ଷ୍ୟ ରଖିଥିବା କହିଥିଲେ । ଉଭୟ ଜିଲ୍ଲ୍ପାପାଳ ଓ ଏସପି ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ । ଏହିଭଳି ପ୍ରତି ମାସରେ ଜିଲ୍ଲାପାଳ କିଛି କିଛି ଛାତ୍ରଛାତ୍ରୀଙ୍କ ସହ ଦିନଟିଏ ବିତାଇବାକୁ ଚିନ୍ତା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − eighteen =