ଗୁଗୁଲ ମିଟ୍ ଏବଂ ୱେବେକ୍ସ ପ୍ଲାଟଫର୍ମରେ ସୋଆର ଶିକ୍ଷା ଦାନ

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା  ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହୋଇଛିି । ତେବେ ସୋଆ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଯେଭଳି କୌଣସି ଅସୁବିଧା ନହୁଏ ସେ ଦିଗରେ ଅଧିକ ଯତ୍ନବାନ ହୋଇଛି ବିଶ୍ୱବିଦ୍ୟାଳୟ । ୟୁ.ଜି.ସି  ଓ ଏ.ଆଇ.ସି.ଟି.ଇର ଗାଇଡଲାଇନ ଅନୁଯାୟୀ ଗତ ୧ ମାସ ହେବ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ କ୍ଲାସ ଯୋଗେ ପାଠ ପଢ଼ାଯାଉଛି ।

ସୋଆର ଫାକଲ୍ଟିମାନେ ଗୁଗୁଲ ମିଟ୍ ଏବଂ ୱେବେକ୍ସ ପ୍ଲାଟଫର୍ମରେ ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ପାଠ ପଢ଼ାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଅଧିକ ସୁବିଧା ନିମନ୍ତେ ଭିଡିଓ ଲେକ୍‌ଚର ଗୁଡିକୁ ମଧ୍ୟ ୱେବସାଇଟ୍‌ରେ ଅପଲୋଡ କରାଯାଉଛି ।

ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଏହି ଅନଲାଇନ କ୍ଲାସରେ ଯୋଗ ଦେଉଛନ୍ତି ବୋଲି ସୋଆ ପକ୍ଷରୁ କୁହାଯାଇଛି ।

ଫାକଲ୍ଟି ମାନେ ପ୍ରତ୍ୟେକ ବିଷୟରେ ଦିନକୁ ୩ ରୁ ୫ ଘଂଟା ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ଶିକ୍ଷାଦାନ କରୁଥିବାବେଳେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ପାଠ୍ୟକ୍ରମ ସମ୍ପର୍କିତ ବିଭିନ୍ନ ଆଲୋଚନା ମଧ୍ୟ କରାଯାଉଛି । ଯଦି କୌଣସି ଛାତ୍ର କ୍ଲାସରେ ଉପସ୍ଥିତ ହୋଇପାରୁନାହିଁ ତେବେ ଭିଡିଓ ଲିଂକ ଗୁଡିକ ଇ-ମେଲ୍ ମାଧ୍ୟମରେ ପଠାଯାଉଛି ଯେପରି ସଂପୃକ୍ତ ଛାତ୍ର ଜଣକ ପଛୁଆ ରହିବ ନାହିଁ ।
ଏଥି ସହିତ ବିଭିନ୍ନ ଗ୍ରୁପ ମେଲ୍ ଓ ଗୃପ ହ୍ୱାଟ୍‌ସଆପ ଜରିଆରେ ମଧ୍ୟ ଫାକଲ୍ଟି ମାନେ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ାରେ ସାହାଯ୍ୟ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

two × five =