ମା’ ମାରିଦେଲା ପୁଅ ଝିଅକୁ

ମା’ର ମମତାରେ ଲାଗିଲା କଳଙ୍କ । ମାରିଦେଲା ନିଜେ ଜନ୍ମ କରିଥିବା ପୁଅ ଓ ଝିଅକୁ । ନିଜେ ମରିବାକୁ ଉଦ୍ୟମ କରିଥିଲା ହେଲେ ବଂଚିଗଲା । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଲକ୍ଷ୍ମୀପ୍ରସାଦ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୁଃଖଦ ଘଟଣା । ନୟାଗଡ ଜିଲ୍ଳା ଲକ୍ଷ୍ମୀପ୍ରସାଦ ଗାଁର ଅହଲ୍ୟା ଖୁଂଟିଆ ନିଜ ପୁଅ ଓ ଝିଅ ସହ ଗତ କାଲି ସନ୍ଧ୍ୟାରେ ଆତ୍ମହତ୍ୟା ଉଦ୍ୟମ କରି ନିକଟସ୍ଥ ପୋଖରୀକୁ ଡେଇଁ ପଡିଥିଲେ ।
ପୁଅ ଓ ଝିଅଙ୍କୁ ବିଷ ଦେଇ ନିଜେ ବିଷ ପିଇବା ପରେ ଅହଲ୍ୟା ଏଭଳି କରିଥିବା କୁହାଯାଉଛି । ଗ୍ରାମବାସୀମାନେ ମା, ଝିଅ ଓ ପୁଅକୁ ପାଣିରୁ ଉଦ୍ଧାର କରିଥିଲେ କିନ୍ତୁ ଉଦ୍ଧାର ବେଳକୁ ଝିଅ ଶିବାନୀର ମୃତ୍ୟୁ ହୋଇ ସାରିଥିଲା ଓ ପୁଅ ଗୁରୁତର ଥିଲା । ଉଭୟ ମା ଓ ପୁଅଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ପୁଅର ମୃତ୍ୟୁ ହୋଇଥିଲା । ମାର ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ପାରିବାରିକ କଳହରୁ ଏପରି ଘଟିଛି ବୋଲି ଅହଲ୍ୟାଙ୍କ ଭାଇ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 2 =