ବୁର୍ଲା ସହରରେ ଲାଗୁ ହେଲା ୧୪୪ ଧାରା

ସମ୍ବଲପୁର()  ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବୁର୍ଲା ସହରରେ ୧୪୪ ଧାରା ଲାଗୁ କରାଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ସହରର ବିଭିନ୍ନ ସ୍ଥାନକୁ ସାନିଟାଇଜ୍ କରାଯାଉଛି । ଭିସୁଟର ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନାରେ ପ୍ରାଣ ହରାଇଥିଲେ । ଏହାପରେ ଅଧ୍ୟାପିକାଙ୍କ ଘରୋଇ ସହାୟିକା ଓ ଭିସୁଟ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗତମାସ ୨୯ରେ ଭିସୁଟରେ ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନା ପଜିଟିଭ୍ ଆସିବା ପରେ ତାଙ୍କର ସଂକ୍ରମଣରେ ମୃତ୍ୟୁ ହୋଇଥିଲା । ଏବଂ ଏହାପରେ ଭିସୁଟର କର୍ତ୍ତୃପକ୍ଷ ବିସୁଟକୁ ବନ୍ଦ କରି ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା । ଏହାପରେ ସେଥିମଧ୍ୟରୁ ୪ଜଣଙ୍କ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏବଂ ଏହି ୪ଜଣ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସି ଆଉ ୩ଜଣ ପରିବାର ସଦସ୍ୟ ଏବଂ ଜଣେ କର୍ମଚାରୀ ସଂକ୍ରମିତ ହୋଇଥିଲେ ।

ଏହାପରେ କରୋନା ସ୍ଥିତି ଅଣ ଆୟତ ହୋଇଛି । ଫଳରେ ସ୍ଥାନୀୟ ପ୍ରଶାସନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୁର୍ଲା ସହରରେ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

eight + seven =