ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କରିବାର ଦକ୍ଷତା ଏବଂ ଯୁଗାନ୍ତକାରୀ ଯୋଜନା ଲାଗି ସାରା ଦେଶରେ ପ୍ରଂଶସିତ ହୋଇଛନ୍ତି । ବହୁ ଜାତୀୟ ନେତା ନବୀନଙ୍କୁ ସବୁବେଳେ ପ୍ରଂଶସା କରିଥାନ୍ତି । ଯେଉଁଥିରେ ଯୋଡ଼ି ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନଙ୍କ ବ୍ୟକ୍ତିତ୍ୱ ଓ ପ୍ରାଶାସନିକ ଦକ୍ଷତାକୁ ଭୂୟସୀ ପ୍ରଶଂସା କରି ଇଣ୍ଡିଆ ଟୁଡେ ଡଟ୍ ଇନ୍ ରେ ଏକାଲେଖା ଲେଖିଛନ୍ତି । ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ,ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଏପରି ଲେଖ।। ଲେଖିବା ବିରଳ । ବାତ୍ୟା ମୁକାବିଲା ହେଉ ବା କ୍ରୀଡା ଓ ପର୍ୟ୍ୟଟନର ବିକାଶ ହେଉ, ଓଡିଶାର ସବୁକ୍ଷେତ୍ରରେ ନବୀନ ପଟ୍ଟନାୟକ ପରିବର୍ତ୍ତନ ଆଣିଛନ୍ତି ବୋଲି ନୀତୀଶ ଲେଖିଛନ୍ତି । ନବୀନ ଜଣେ ଭିନ୍ନ ରାଜନୀତିଜ୍ଞ ବୋଲି ନୀତୀଶ ଲେଖିଛନ୍ତି ।


ସମ୍ମାନନୀ ବିଜୁ ବାବୁଙ୍କ ପୁଅ ଗତ ୨୪ ବର୍ଷ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସାଧାରଣତଃ ଲୋକେ ସମୟ ଓ କ୍ଷମତା ସହ ବଦଳିଯାଆନ୍ତି । କିନ୍ତୁ ନବୀନ ପଟ୍ଟନାୟକ ବଦଳିନାହାନ୍ତି । ରାଜ୍ୟ ପାଇଁ ତାଙ୍କର ସଂପୂର୍ଣ୍ଣ ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତା ରହିଛି ବୋଲି ଲେଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

9 + nine =