କେନ୍ଦ୍ର ଅବହେଳା ଯୋଗୁଁ ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ବିଳମ୍ବ: ଡିଏମଇଟି

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନସ୍ଥ ସେଣ୍ଟ୍ରାଲ ମେଡିକାଲ ସର୍ଭିସେସ ସୋସାଇଟିଅବହେଳା ଯୋଗୁଁ ରାଜ୍ୟରେ ବିଳମ୍ବ ହୋଇଛି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ| ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏନେଇ ସୂଚନା ପ୍ରଦାନ କରିଛନ୍ତି । ପିଏମ କେୟାର୍ସ ଫଣ୍ଡ୍ ଅଧୀନରେ ରାଜ୍ୟକୁ ମିଳିଥିବା ୭ଟି ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠାରେ ବିଳମ୍ବ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ । ବରଂ ରାଜ୍ୟ ସରକାର ତ୍ୱରିତ ଭାବେ ପ୍ରସ୍ତାବକୁ ଗ୍ରହଣ କରି ୭ଟି ସ୍ଥାନ ଚିହ୍ନଟ କରି କେନ୍ଦ୍ରକୁ ଜଣାଇଛନ୍ତି ।

ଗତବର୍ଷ ଅକ୍ଟୋବରରେ ପିଏମ କେୟାର୍ସ ଫଣ୍ଡ୍‌ରୁ ସାରାଦେଶର ବିଭିନ୍ନ ସଦର ମହକୁମାରେ ହସପିଟାଲରେ ୧୬୨ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ଟେଣ୍ଡର ହୋଇଥିଲା । ଓଡିଶା ଭାଗରେ ମୋଟ ୭ଟି ପ୍ଲାଣ୍ଟ ପଡିଥିଲା । ରାଜ୍ୟ ସରକାର ଜାଗା ଚିହ୍ନଟ କଲା ପରେ ବି କାମ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି |

Share

Leave a Reply

Your email address will not be published. Required fields are marked *

sixteen + 6 =