ଆଜି ଧୋନୀଙ୍କ ଜନ୍ମଦିନ

ରାଞ୍ଚି: ଆଜି ହେଉଛି ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ବିଶ୍ୱ କ୍ରିକେଟରେ ସେ ଜଣେ ପରିଚିତ ଚେହେରା । ତେବେ ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଆଜି ହେଉଛି ୪୦ତମ ଜନ୍ମଦିନ । ୧୯୮୧ ମସିହା ଜୁଲାଇ ୭ ତାରିଖରେ ରାଞ୍ଚିରେ ଜନ୍ମ ଗ୍ରହଣ କରିଥିଲେ ଧୋନୀ । ତାଙ୍କ ବାପାଙ୍କ ନାମ ପାନ ସିଂ ଧୋନୀ । ଏହା ସହ ତାଙ୍କ ପରିବାର କହିଲେ ଏବେ ସ୍ତ୍ରୀ ସାକ୍ଷୀ, ଝିଅ ଜିଭା ଓ ମା ଦେବକୀ ଦେବୀ । ଏହାସହ ତାଙ୍କର ଜଣେ ବଡ଼ ଉଭଣୀ ମଧ୍ୟ ଅଛନ୍ତି । ଯିଏକି, ପିଲାବେଳେ ତାଙ୍କୁ କ୍ରିକେଟ ଖେଳିବା ଲାଗି ସମର୍ଥନ କରୁଥିଲେ ।

ଧୋନୀଙ୍କ କ୍ରିକେଟ ଜୀବନ ବେଶ ସଂଘର୍ଷମଥିଲା । ପିଲାବେଳେ ସେ କ୍ରିକେଟକୁ ପସନ୍ଦ କରୁନଥିଲେ । ଫୁଟବଲ ଓ ବ୍ୟାଟମିଣ୍ଟନରେ ମନ ଦେଉଥିଲେ ସେ । କିନ୍ତୁ ସ୍କୁଲ କ୍ରିକେଟ ଟିମ୍‌ରେ ୱିକେଟ କିପର ଭାବେ ପ୍ରଥମେ କ୍ରିକେଟ ଆରମ୍ଭ କରିଥିବା ମାହି ଏବେ ବିଶ୍ୱ କ୍ରିକେଟର ଜଣେ ସୁପରିଚିତ ଚେହେରା । ଧୋନି ଏବେ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି । ସେ କେବଳ ଆଇପିଏଲ ଖେଳ ଜାରି ରଖିଛନ୍ତି । ଚେନ୍ନାଇ ସୁପରକିଙ୍ଗ୍ ଦଳର ଅଧିନାୟକ ଭାର ସମ୍ଭାଳି ଚାଲିଛନ୍ତି । ଚଳିତ ବର୍ଷ ଆଇପିଏଲରେ ତାଙ୍କ ଦଳ ଦମଦାର ଫର୍ମରେ ଥିଲା । ତେବେ ଧୋନୀ ଏବେ ନିଜର ଫାର୍ମ ହାଉସରେ ଅଧିକ ସମୟ ଦେଉଥିବା ଦେଖିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

five × 2 =