ହୁତୁହୁତୁ ହୋଇ ଜଳିଲା ଚାଉଳ ବୋଝେଇ ଟ୍ରକ

ବରଗଡ଼ ଜିଲ୍ଲା ପାଇକମାଳ ବିଜଡିହ ଛକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ନିଆଁରେ ହୁତୁହୁତୁ ହୋଇ ଜଳିଯାଇଛି ଏକ ଚାଉଳ ବୋଝେଇ ଟ୍ରକ । ଫଳର ଶହ ଶହ କିଲୋ ଚାଉଳ ନଷ୍ଟ ହୋଇଯାଇଛି ।

ସୂଚନାନୁସାରେ, ସୋମବାର ଏକ ଚାଉଳ ବୋଝେଇ ଟ୍ରକ ପାଇକମାଲରୁ ପଦ୍ମପୁର ଅଭିମୁଖେ ଯାଉଥିଲା । ଏହା ବିନିକା ଯାଇଥାନ୍ତା ।ତେବେ ପାଇକମାଲ ଥାନା ବିଜଡ଼ିହି ଛକ ନିକଟରେ ଏଥିରେ ନିଆଁ ଲାଗି ଯାଇଥିଲା ।

ଚାଉଳ ବୋଝେଇ ଟ୍ରକରେ ପି.ଡି.ଏସ୍ ଚାଉଳ ଥିଲା ନା ଅନ୍ୟ କେଉଁ ଚାଉଳ ଥିଲା ଚାହା ଜଣାପଡି ନାହିଁ ।

ଏନେଇ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − 8 =