ଓଡିଶା ବିଦ୍ୟୁତ ବଳକା ରାଜ୍ୟ : 96 ଲକ୍ଷ ଘରୋଇ ଉପଭୋକ୍ତାଙ୍କୁ ଦିଆଯାଇଛି ବିଦ୍ୟୁତ ସଂଯୋଗ

ଭୁବନେଶ୍ୱର () ରାଜ୍ୟରେ ଆବଶ୍ୟକତା ତୁଳନାରେ ବଳକା ବିଦ୍ୟୁତ ଉପଲବ୍ଧ ହେଉଛି । ବିଭିନ୍ନ ସୂତ୍ରରୁ ଆବଶ୍ୟତା ଠାରୁ ଅଧିକ ବିଦ୍ୟୁତ ଉତ୍ପାଦିତ ହେଉଛି  । ଆଜି ବିଧାନସଭା ପ୍ରଶ୍ନକାଳରେ ଶକ୍ତି ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଏହି ସୂଚନା ଦେଇଛନ୍ତି । ତେବେ ବିଦ୍ୟୁତ ଭିତ୍ତିଭୂମିର ବିକାଶ, ବୈଷୟିକ ତ୍ରୁଟି, ଯନ୍ତ୍ରାଂଶ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ସମୟରେ ହେଉଥିବା ବିଦ୍ୟୁତ କାଟ ସାମୟୀକ ବୋଲି ସେ କହିଛନ୍ତି  ।

୨୦୧୮-୧୯ ବର୍ଷରେ ପିକ ସମୟରେ ୨୫, ୪୬୮ ନିୟୁତ ୟୁନିଟ ବିଦ୍ୟୁତର ଆବଶ୍ୟକତା ଥିଲା । ଏବଂ ବିଭିନ୍ନ ସୂତ୍ରରୁ ୨୭,୬୩୩ ନିୟୁତ ୟୁନିଟ ବିଦ୍ୟୁତ ଉପଲବ୍ଧ ହେଉଛି । ଜଳ ବିଦ୍ୟୁତରୁ ୬୪୨୦ ନିୟୁତ ୟୁନିଟ, ତାପଜ ବିଦ୍ୟୁତରୁ ୫୯୬୭ ନିୟୁତ ୟୁନିଟ, ସୌର ଶକ୍ତିରୁ ୪୧୪ ନିୟୁତ ୟୁନିଟ, ଆଇପିପିରୁ ୨୭୬୬ ନିୟୁତ ୟୁନିଟ ବିଦ୍ୟୁତ ଉପଲବ୍ଧ ହୋଇଛି । ସେ ମଧ୍ୟରୁ ୭୦୭୩ ନିୟୁତ ୟୁନିଟ ବିଦ୍ୟୁତ ଶିଳ୍ପ କ୍ଷେତ୍ରକୁ ଓ ୭୫୦୩ ନିୟୁତ ୟୁନିଟ ଯୋଗାଣ ହୋଇଛି । ଅନ୍ୟ ରାଜ୍ୟକୁ ୧୨୭୬୭ ନିୟୁତ ୟୁନିଟ ବିଦ୍ୟୁତ ବିକ୍ରୀ ହୋଇଛି । ଏଥିସହ ସବୁ ମେଡ଼ିକାଲ କଲେଜକୁ ୨୪ ଘଣ୍ଟିଆ ବିଦ୍ୟୁତ ସଂଯୋଗ କରାଯିବ ବୋଲି ଭାରପ୍ରାପ୍ତ ମନ୍ତ୍ରୀ କହିଛନ୍ତି ।

ଗତ ୧୯ ବର୍ଷ ମଧ୍ୟରେ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତା ଓ ଭିତ୍ତିଭୂମିର ବ୍ୟାପକ ବୃଦ୍ଧି ହୋଇଛି । ୨୦୦୦ରେ ୧୬ ଲକ୍ଷ ଘରୋଇ ଉପଭୋକ୍ତା ଥିବା ବେଳେ ଏବେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ୯୬ ଲକ୍ଷକୁ ପହଞ୍ଚିଛନ୍ତି । ଗ୍ରୀଡ଼ ସଂଖ୍ୟା ୬୧ରୁ ୧୪୮କୁ ବଢିଛି । ହାଇ ଟେନ୍ସନ ଲାଇନ ୬୦,୧୦୦ କିଲୋମିଟର ରୁ ୧,୫୪,୭୭୭ କିଲୋମିଟର କୁ ବୃଦ୍ଧି ପାଇଛି । ଲୋ ଟେନ୍ସନ ଲାଇନ ୫୪,୧୬୦ କିଲୋମିଟର ରୁ ୧,୭୬,୨୫୯ କିଲୋମିଟର କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ କ୍ରମାଗତ ଉଦ୍ୟମ ଫଳରେ ରାଜ୍ୟରେ ବିଦ୍ୟୁତ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହେବା ସହ 96 ଲକ୍ଷରୁ ଅଧିକ ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି  । ଏଥିସହିତ ବିଦ୍ୟୁତ ଯୋଗାଣ ମାନରେ ମଧ୍ୟ ଉନ୍ନତି ହୋଇଛି  ।

Share

Leave a Reply

Your email address will not be published. Required fields are marked *

six + 2 =