ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ

ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଯାଇଛି । ଏହି ଟ୍ରେନ କୋତାବାଲସାରୁ ଆର ଅଭିମୁଖେ ଯାତ୍ରା କରୁଥିଲା । ତେବେ ଏଥିରେ କୌଣସି ମୃତାହତ ହୋଇନି ବୋଲି ସୂଚନା ଦେଇ ରେଲୱେ ଅଧିକାରୀ କହିଛନ୍ତି ।ସୂଚନା ଅନୁଯାୟୀ, ଗୁରୁବାର ଭୋର ସମୟରେ କୋରାପୁଟର ଶିବଲିଙ୍ଗପୁରମ୍ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଯାଇଛି । ତେବେ ଘଟଣାସ୍ଥଳରେ ଉଚ୍ଚ ଅଧିକାରୀ ପହଁଚିଛନ୍ତି । ଟ୍ରେନ ଲାଇନଚ୍ୟୁତ ଯୋଗୁଁ ବିଶାଖାପାଟଣା- ଜଗଦଲପୁର ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି । ନିକଟରେ ଏପରି ଏକ ଘଟଣା ରାଜସ୍ଥାନରେ ଘଟିଥିଲା । ରାଜସ୍ଥାନର ପାଲିରେ ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଏହି ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଥିଲେ । ସେନେଇ ୨ଟି ଟ୍ରେନକୁ ବାତିଲ କରାଯାଇ, ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

one × 1 =