ମହାନଦୀକୁ ଡେଇଁଲେ ଯୁବକ

ମହାନଦୀକୁ ଡେଇଁଲେ ଯୁବକ । ପୁଣି ଆଉ ଏକ ଯୁବକ ଆତ୍ମହତ୍ୟା ଉଦ୍ୟମ କରି ମହାନଦୀକୁ ହେଇଁ ପଡିଛନ୍ତି ବୋଲି ସନ୍ଦେହ କରାଯାଉଛି । ଖବର ପାଇଁ ଘଟଣା ସ୍ଥଳରେ ଛାନଭିନ୍ନ କରୁଛନ୍ତି ଅଗ୍ନୀଶମ ବାହୀନି । ମୁଣ୍ଡୁଳୀ ବ୍ରିିଜ ଉପରୁ ଡେଇଁଛନ୍ତି ଯୁବକ । ତେବେ ଯୁବକ ଜଣକ ଆଠଗଡର ବୋଲି ସୂଚନା ମିଳୁଥିବା ବେଳେ ବ୍ରିଜ ଉପରେ ଗାଡି ଏବଂ ହେଲମେଟ ,ଚପଲ ପଡି ରହିଛି । ତେଣୁ ବର୍ତ୍ତମାନ ଅଗ୍ନୀଶମ ବାହୀନି ସର୍ଚ୍ଚଅପରେସନ ଆରମ୍ଭ କରିଦେଇଛନ୍ତି ।

ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ଏହି ଭଳି ଅନେକ ଘଟଣା ଦେଖିବାକୁ ମିଳିଛି । ଗତ କାଲି ପ୍ରକାଶ ପାଇଥିବା ଏନ୍‌ସିଆରବି ରିପୋର୍ଟ ଅନୁସାରେ ଦେଶରେ ୨୦୨୧ ମସିହାରେ ୧,୬୪,୦୩୩ ଜଣ ଆତ୍ମହତ୍ୟା କରିଛନ୍ତିି। ୫ ରାଜ୍ୟ ମହାରାଷ୍ଟ୍ର, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ୫୦ ପ୍ରତିଶତରୁ ଅଧିକ ଆତ୍ମହତ୍ୟା ହୋଇଛି। ଜାତୀୟ ଅପରାଧ ରେକର୍ଡ‌୍‌ସ ବ୍ୟୁରୋ ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୨୧ରେ ପ୍ରତି ୧ ଲକ୍ଷରେ ୧୨ ‌ଲୋକ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଚାକିରି, କ୍ୟାରିୟର, ଏକଲାପଣ, ପରିବାରରେ ବିବାଦ, ନିର୍ଯାତନା, ହିଂସା, ମାନସିକ ଅସୁସ୍ଥତା, ନିଶା, ଆର୍ଥିକ ସଙ୍କଟ ଏବଂ ଦୀର୍ଘଦିନ ଧରି ଯନ୍ତ୍ରଣା ଆତ୍ମହତ୍ୟାର କେତେକ ପ୍ରମୁଖ କାରଣ ବୋଲି ରିପୋର୍ଟରେ କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

four × four =