ବିବାହକୁ ପୂରିନି ଚାରି ଦିନ , ଆଖି ବୁଜିଲେ ନବ ଦମ୍ପତ୍ତି

ଗତ ୧୦ ତାରିଖରେ ପଡିଥିଲା ହାତଗଣ୍ଠି । କେତେ ସପ୍ନ କେତେ ଆଶା ଥିଲା ଯେ, ସାତ ଜନମର ସାଥୀ ହୋଇ ସାରା ଜୀବନ ବଞ୍ଚିବେ ବୋଲି । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ନୂଆ ସଂସାର ଆରମ୍ଭ କରିବା ପୂର୍ବରୁ ସଂସାର ଛାଡିଲେ । ଭାଲେନଣ୍ଟାଇନ୍ ଡେ ପୂର୍ବରୁ ଚାଲିଗଲା ନବ ଦମ୍ପତ୍ତିଙ୍କ ଜୀବନ । ଦୂର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୁଇ ଦିନ ତଳେ ବିବାହ କରିଥିବା ନବ ଦମ୍ପତ୍ତି । ବ୍ରହ୍ମପୁର ଗୋଳନ୍ଥରା ଥାନା ଆଗରେ ଗତକାଲି ଏ ଦୁର୍ଘଟଣା ଘଟିଥିଲା । ବାଇକ ଯୋଗେ ବ୍ରହ୍ମପୁର ଆସୁଥିବାବେଳେ ସାମ୍ନାପଟରୁ ଧକ୍କା ଦେଇଥିଲା ଟ୍ରାକ୍ଟର । ଏହି ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ମୃତ ଦମ୍ପତ୍ତି ହେଲେ ବ୍ରହ୍ମପୁରର ସି.ଏଚ ପ୍ରବଳିକା ଓ ଇଛାପୁରର ଜି. ବେଣୁ ।

Share

Leave a Reply

Your email address will not be published. Required fields are marked *

fourteen − one =