ବାଲିଯାତ୍ରା ପାଇଁ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ପଞ୍ଜିକରଣ

ବାଲିଯାତ୍ରା ପାଇଁ କାଲିଠୁ ପ୍ଲଟ ପଞ୍ଜିକରଣ । ନଭେମ୍ବର ୮ ରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ହେବ ବାଲିଯାତ୍ରା । ଏକ ହଜାର ବର୍ଗଫୁଟରୁ ଅଧିକ ଜାଗା ନେଉଥିବା ବ୍ୟବସାୟୀ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପଞ୍ଜିକରଣ ଓ ବୁକିଂ କରି ପାରିବେ । ଏକ ହଜାର ବର୍ଗଫୁଟରୁ କମ ଜାଗା ନେବାକୁ ଚାହୁଁଥିବା ବ୍ୟବସାୟୀ ଅକ୍ଟୋବର ୮ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବୁକିଂ କରିବେ । ନଭେମ୍ବର ୮ରୁ ନଭେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା । ପ୍ଲଟ ବୁକିଂ ପାଇଁ www.baliyatra.org କିମ୍ବା www.cuttack.nic.in ଲଗ ଅନ କରି ପାରିବେ । କୋଭିଡ ପାଇଁ ଦୁଇ ବର୍ଷ ଧରି ବନ୍ଦ ଥିଲା ବାଲିଯାତ୍ରା ।

Share

Leave a Reply

Your email address will not be published. Required fields are marked *

four × 3 =