ସଂସ୍କୃତି ଅଢୁଆଳରେ ମଠରେ ଚାଲୁଥିଲା ଜୋତା ଷ୍ଟାଣ୍ଡ, ଚପଲ ଦୋକାନ

ପୁରୀକୁ ବଡ ବିପଦ, 64 ବର୍ଷ ପରେ ମେଳି ବାନ୍ଧୁଛନ୍ତି ନାଗା ସାଧୁ

ଭୁବନେଶ୍ବର ()  ପରୀରେ ମଠ ଉଚ୍ଛେଦକୁ ନେଇ କଛି ତଥାକଥିତ ସଂସ୍କୃତି ପ୍ରେମୀମାନେ ସୋସିଆଲ ମିଡିଆରେ ନାନା ଆପତ୍ତି ଅଭିଯୋଗ କରୁଛନ୍ତି । ସେମାନଙ୍କ ଉକ୍ତିରୁ ଲାଗୁଛି ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିବା ସେହି ସଂସ୍କୃତି ପ୍ରେମୀମାନେ କେବେ କୌଣସି ମଠ ଆଡେ ଥରେ ଆଖିବୁଲେଇନାହାଁନ୍ତି । ଏପରିକି ଯେଉଁ ସାଧୁସନ୍ଥମାନେ ଏବେ ମଠର ସୁରକ୍ଷା କଥା ଉଠାଉଛନ୍ତି, ସେମାନେ ଏତେ ବର୍ଷ ହେଲା ଏହି ପ୍ରସ୍ତାବ ବା ପରାମର୍ଶ ଦେଉନଥିଲେ କାହିଁକି?

ଏମିତି କିଛି ପ୍ରଶ୍ନ ଏବେ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରିବା ସ୍ବାଭାବିକ । ଏମାର ମଠ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସହ ଜଡିତ ଥିଲା । କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି କଣ କଣ କହୁଛି ଯେ, ମଠରେ ଜୋତା ଷ୍ଟାଣ୍ଡ ରହିବ ଏବଂ ମଠରେ ଘର ଭଡା ନେଇ ଚପଲ ବିକ୍ରି କରାଯିବ । ଏହା କଣ ମଠର ପବିତ୍ରତା?  କେବଳ ଏତିକି ନୁହେଁ, ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢିଉଠିଥିବା ମଠଗୁଡିକ ମୂଳ ଉଦ୍ଦେଶ୍ୟରୁ ଦୂରେଇ ଯାଇ ବ୍ୟବସାୟୀକ ହୋଇଯାଇଥିଲେ । ମଠର ଜମିକୁ ବ୍ୟବସାୟୀକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା । ଏହାଦ୍ବାରା କଣ ମଠର ପବିତ୍ରତା ନଷ୍ଟ ହେଉନଥିଲା?

ବର୍ତ୍ତମାନ ହେଉଥିବା ଉଚ୍ଛେଦରେ ମୂଳ ମଠର ଉଚ୍ଛେଦ ହୋଇନି । କେବଳ ମଠର ବ୍ୟବସାୟକରଣ ହେଉଥିବା ନିର୍ମାଣକୁ ଭାଙ୍ଗିଦିଆଯାଉଛି । ଏହାଦ୍ବାରା ଏବେ ପୁରୀକୁ ଯାଉଥିବା ଭକ୍ତମାନେ ପ୍ରକୃତ ମଠକୁ ଦେଖିବେ ଏବଂ ସେଠାରେ ସାଧୁ ସନ୍ଥଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ । ପୁରୀର ଅଧିକାଂଶ ମଠର ସ୍ଥିତି ସମାନ । ମଠର ଚାରିପରେ ଗଢିଉଠିଥିବା ଦୋକାନ ଘର ଏବଂ ସେମାନଙ୍କ ସାଇନ ବୋର୍ଡରେ ମଠର ବୋର୍ଡ ଲୁଚି ଯାଉଥିଲା । ଆଉ ମଠଗୁଡିକ ମଧ୍ୟ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରୁ ଦୂରେଇ ଯାଇ ନିଜସ୍ବ ବ୍ୟବସାୟୀକରଣରେ ଲାଗିପଡିଥିଲେ । କୌତୂହଳ କଥା ହେଉଛି, ବିଭିନ୍ନ ମଠ ଅତୀତରେ ଏକର ଏକର ସଂପତ୍ତି ସମସ୍ତଙ୍କ ଅଗୋଚରରେ ବିକ୍ରି କରିଦେଇ ଚଳୁ କରିଦେଇଛନ୍ତି। କେବଳ ସେତିକି ନୁହେଁ, ଦୋକାନ, ଲୋକଙ୍କୁ ମଠରେ ଆଶ୍ରୟ ଦେଇ ଅର୍ଥ ଆଦାୟ କରିଛନ୍ତି। ଏ ଅର୍ଥର ପରିମାଣ କେତେ ସେ ସଂକ୍ରାନ୍ତରେ ରାଜ୍ୟ ଦେବୋତ୍ତର ବିଭାଗ କେବେ ବି ଖୋଳତାଡ ହୋଇନି। ବ୍ୟବସାୟକରଣରୁ ମିଳିଥିବା ଅର୍ଥରେ ମଠାଧୀଶମାନେ ନିଜ ମଠର ବିକାଶ ବି କରିନାହାନ୍ତି। ଯାହାର ପରିଣାମରେ ଆଜି ମଠ ଦୁର୍ବଳ ଅବସ୍ଥାକୁ ଚାଲିଆସିଥିଲା। ମଠର ବ୍ୟବସାୟକରଣ ପରେ ମଧ୍ୟ ମଠାଧୀସମାନେ କେବେ ମଠର ରକ୍ଷଣାବେକ୍ଷଣ କଥା ଚିନ୍ତା କରିନାହାଁନ୍ତି । ଯାହା ଫଳରେ ରାଜ୍ୟ ସରକାର ଅନେକ ସମୟରେ କିଛି କିଛି ମଠକୁ ବିପଦଶଙ୍କୁଳ ବୋଲି ଘୋଷଣା କରିଛନ୍ତି ।

ସେହିଭଳି ପୂର୍ବରୁ କେବେ ବି କୌଣସି ମଠ ପକ୍ଷରୁ ପୁରୀରେ ସାଧୁ ସନ୍ଥଙ୍କ ମେଳୀ କରାଯାଇନଥିଲା ବେଳେ ହଠାତ ଐତିହ୍ୟ ସହର ଆଡେ ଆଗଉଥିବା ପୁରୀରେ ହଜାର ହଜାର ସଂଖ୍ୟାରେ ସାଧୁସନ୍ଥଙ୍କ ମେଳି ହେଉଛି । କିଏ ଏହି ମେଳିକୁ ପ୍ରୋତ୍ସାହିତ କରୁଛି । ଉଚ୍ଛେଦର ଦଶ ଦିନ ପରେ ହଠାତ କାହିଁକି ବିରୋଧାଭାସ ଦେଖାଦେଲା? କାହିଁକି ଚୁପ ରହିଥିବା ମଠାଧୀଶ ଓ ସାଧୁସନ୍ଥ ବିରୋଧ ପାଇଁ ପାଗ ଭିଡିଲେ? ଉଚ୍ଛେଦକୁ ବିରୋଧ କରି କିଛି ସାଧୁ ମଠ ପାଚେରୀ ଉପରେ ଛିଡା ହୋଇ ବାଡି ବୁଲେଇଲେ । ଏହା କଣ ସନ୍ଥଙ୍କ ପରିଚୟ?

ସେହିଭଳି ଏବେ ପୁରୀରେ ପ୍ରାୟ 2ହଜାର ନାଗା ସାଧୁ ମେଳି ବାନ୍ଧୁଛନ୍ତି । ଏବାଦରେ ପୋଲିସ ଓ ଜିଲ୍ଲା ପ୍ରଶାସନ ସଚେତନ ଅଛନ୍ତି କି ନାହିଁ ତାହା ଜଣାନାହିଁ । କିନ୍ତୁ ନାଗା ସାଧୁଙ୍କ ମେଳୀ ପୋଲିସ ପାଇଁ ନିଶ୍ଚିତ ଭାବେ ଚିନ୍ତାଜନକ ହେବ । 1955 ମସିହା ପରେ ପ୍ରଥମ ଥର ପାଇଁ ପୁରୀରେ ନାଗା ସାଧୁଙ୍କ ମେଳି ହେଉଛନ୍ତି । 1955 ରଥଯାତ୍ରା ସମୟରେ ପୋଲିସ ଓ ନାଗା ସାଧୁଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ତା ପରଠାରୁ ରଥଯାତ୍ରାକୁ ନାଗା ସାଧୁଙ୍କୁ ବାରଣ କରାଯାଇଥିଲା । ଏବେ ପୁଣି ଥରେ ଏହି ସାଧୁ ନିଜର ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ଏକତ୍ର ହେବା ପୁଣି ଥରେ ଏକ ବଡ ଧରଣର ବିପଦକୁ ଆମନ୍ତ୍ରଣ କରୁଛି ।

Share

Leave a Reply

Your email address will not be published. Required fields are marked *

eleven − four =