ଓକିଲ ଆନ୍ଦୋଳନ ବନ୍ଦ କର କହିଲେ ସୁପ୍ରିମକୋର୍ଟ

କଟକ –ହାଇକୋର୍ଟ ବାର ଆସୋସିଏସନ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଓକିଲ ମାନେ ଦୀର୍ଘ ଦିନ ଧରି ଚଳାଇ ଆସିଥିବା ଆନ୍ଦୋଳନକୁ ତୁରନ୍ତ ପ୍ରତ୍ୟାହାର କରିନେବାପାଇଁ ସୁପ୍ରିମକୋର୍ଟ କଟକ ହାଇକୋର୍ଟ ବାର ଆସୋସିଏସନକୁ ନିର୍ଦ୍ଦେଶ ଦେଇଛି । ଗତ କିଛିଦିନ ହେଲା ଜଣେ ଓକିଲଙ୍କୁ ପୁଲିସ କନେଷ୍ଟବଳ ମାଡ ମାରିବା ଘଟଣାରୁ ଓକିଲ ମାନେ ଏହି ଧର୍ମଘଟ ଚଳାଇଛନ୍ତି । ସାରା ରାଜ୍ୟରେ କୋର୍ଟ ଗୁଡିକର ଅଚଳାବସ୍ଥାକୁ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିବା ସହିତ ଓକିଲମାନେ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four + five =