ପୁରୀ ଜିଲ୍ଲା ର 11 ନମ୍ୱର୍ ଜିଲା ପରିଷଦ ଜୋନ ରେ ଅନୁଷ୍ଠିତ ହେବ ଉପ ନିର୍ବାଚନ

ଆସନ୍ତା ମାସ 2 ତାରିଖ ରେ ପୁରୀ ଜିଲ୍ଲା ର 11 ନମ୍ୱର୍ ଜିଲା ପରିଷଦ ଜୋନ ରେ ଅନୁଷ୍ଠିତ ହେବ ଉପ ନିର୍ବାଚନ। ଏ ନେଇ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଚି। ବିଜେଡ଼ି ପକ୍ଷରୁ ଭାଗିରଥି ସେନାପତି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡ଼ି ର ନେତା ଓ କର୍ମୀ ଙ୍କ ଗହଣ ରେ ଏକ ବିରାଟ ରାଲି କରି ଭାଗିରଥି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୁରୀ ଉପ ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ନବିନ ସରକାର ର ଲୋକାଭିମୁଖୀ କାର୍ଯ୍ୟ, ବିକାସ କାର୍ଯ୍ୟ ପାଈଁ ସେ ନିଶ୍ଚିତ ବିଜୟୀ ହେବେ ବୋଲି ଦୃଢ ନିଶ୍ଚିତ ଥିବା ବିଜେଡ଼ିର ଜିଲା ପରିଷଦ ପ୍ରାର୍ଥୀ ଭାଗିରଥି ସେନାପତି କହିଛନ୍ତି।

ସେପଟେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲା ପରିଷଦ ପ୍ରାର୍ଥୀ ଭାବେ ପ୍ରମୋଦ ରାୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। । ତାଙ୍କ ସହ ବିଜେପି ର ନେତା ଓ କର୍ମୀ ଉପସ୍ଥିତ ରହିଥିଲେ। ତେବେ ନିଜର ନାମାଙ୍କନ ପତ୍ର ଦାଖଲ ପରେ ପ୍ରତିକ୍ରିୟା ଦେଇ କହିଚନ୍ତି ଲୋକ ମାନେ ପରିବର୍ତ୍ତନ ଚାହୁଁଛନ୍ତି। ଏଣୁ ଚଳିତ ଉପ ନିର୍ବାଚନ ରେ ବିଜେପି ବିପୁଳ ବିଜୟ ହାସଲ କରିବ। ବିଜେପି ସ୍ଥାନୀୟ ଅଂଚଳ ର ସମସ୍ୟା, ସରକାରୀ କଳ ଓ ନେତା ଙ୍କ ଦୁର୍ନୀତି, ଭ୍ରଷ୍ଟାଚାର କୁ ମୁଦା କରି ବିଜେପି ଲୋକ ଙ୍କ ନିକଟ କୁ ଯିବ ବୋଲି ସେ କହିଛନ୍ତି । 2022 ସେପ୍ଟମ୍ବର 24 ତାରିଖ ରେ ପୁରୀ ଜିଲା ଗୋପ ବ୍ଳକ୍ ର 11 ନମ୍ୱର ଜୋନ୍ ର ବିଜେଡ଼ି ଜିଲା ପରିଷଦ ପ୍ରାର୍ଥୀ ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟୁ ହୋଇ ଥିଲା। ତେବେ ଧର୍ମେନ୍ଦ୍ର ଙ୍କ ମୃତ୍ୟୁ ପରେ ପୁରୀ ଜିଲା 11 ନମ୍ୱର୍ ଜିଲାପରିଷଦ ଜୋନ୍ ର ଉପ ନିର୍ବାଚନ ଆସନ୍ତା ମେ ମାସ 2 ତାରିଖ ରେ ଅନୁଷ୍ଠିତ ହେବ।

Share

Leave a Reply

Your email address will not be published. Required fields are marked *

sixteen + 11 =