କରୋନାରେ ଅନାଥ ଶିଶୁଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ବୀମା ରାଶି

ନୂଆଦିଲ୍ଲୀ: କରୋନା ମହାମାରୀ ଅନେକଙ୍କ ଜୀବନରେଖା ବଦଳାଇ ଦେଇଛି । ଅନେକଙ୍କ ବାପାଙ୍କୁ ତାଙ୍କ ଶିଶୁଙ୍କ ଠାରୁ ଛଡ଼ାଇ ନେଇଛି । ତେବେ ଏହି ଅନାଥ ଶିଶୁଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଅନାଥ ପିଲାଙ୍କ ପାଇଁ କରିବେ ୫ଲକ୍ଷ ଟଙ୍କାର ହେଲ୍ଥ ଇନସୁରାନ୍ସ। କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ଏସମ୍ପର୍କରେ ସିବିଶେଷ ତଥ୍ୟ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିୟମ ଅନୁଯାୟୀ, ୧୮ ବର୍ଷ ମଧ୍ୟରେ ଥିବା ଅନାଥ ଶିଶୁଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବ । ଏହା ତାଙ୍କର ସ୍ୱାସ୍ଥ୍ୟ ବୀମାରେ ଲାଗୁ ହେବ। ଏହା ପିଏମ- କେୟାର୍ସ ତରଫରୁ ଯୋଗାଇ ଦିଆଯିବ।

ଆୟୁଷ୍ମାନ ଭାରତ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ମଧ୍ୟରୁ ଅନ୍ୟତମ। ଯାହା ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ନେଇ ଆରମ୍ଭ ହୋଇଥିଲା। ମୋଦୀ ପିଲାଙ୍କ ପାଇଁ ପିଏମ-କେୟାର୍ସ ଯୋଜନା ୨୯ ମଇ ୨୦୨୧ ରେ ଆରମ୍ଭ କରିଥିଲେ। ଏହି ଯୋଜନାରେ ସେହି ପିଲାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଯେଉଁମାନେ କରୋନା ମହାମାରୀରେ ନିଜ ପରିବାର ତଥା ବାପା ମାଆଙ୍କୁ ହରାଇଛନ୍ତି।

Share

Leave a Reply

Your email address will not be published. Required fields are marked *

8 + eleven =