ନବ ଦାସ ହତ୍ୟା ମାମଲା: ଆସନ୍ତା ୮ ତାରିଖରେ ଅଭିଯୁକ୍ତ ଗୋପାଳ ଦାସର ପରବର୍ତ୍ତୀ ଶୁଣାଣି

କଡା ସୁରକ୍ଷା ମଧ୍ୟରେ ଝାରସୁଗୁଡା ଜିଲ୍ଲା ଦୌରା ଜର୍ଜ କୋର୍ଟରେ ହାଜର ହେଲା ଗୋପାଳ ଦାସ । ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ କୋର୍ଟରେ ହାଜର କରାଯାଇଛି । କଟକ ଚୌଦ୍ୱାର ଜେଲରୁ କଡ଼ା ସୁରକ୍ଷା ବଳୟରେ ଝାରସୁଗୁଡ଼ା କୋର୍ଟରେ ହଜାର କରଯାଇଥିଲା । ଗତ ୧୩ ତାରିଖରେ ଗୋପାଳକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ଆଜି ଜିଲ୍ଲା ଜଜଙ୍କ କୋର୍ଟରେ ଗୋପାଳର ପ୍ରଥମ ହାଜିରା ପରେ ଗୋପାଳ ଚୌଦ୍ୱାର ଜେଲ ଫେରିଛି ।

ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି । ଜାନୁଆରୀ ୨୯ ତାରିଖ ମଧ୍ୟାହ୍ନରେ ନବ ଦାସଙ୍କୁ ଝାରସୁଗୁଡ଼ା ଗାନ୍ଧି ଛକରେ ହତ୍ୟା କରିଥିଲା ଗୋପାଳ ଦାସ । ସମସ୍ତଙ୍କ ସାମନାରେ ନିଜ ସର୍ଭିସ ରିଭଲଭରରୁ ଗୁଳି ଚଳାଇଥିଲା । ଏବେ ଚୌଦ୍ୱାର ସର୍କଲ ଜେଲରେ ଅଛି ଗୋପାଳ ଦାସ ।

Share

Leave a Reply

Your email address will not be published. Required fields are marked *

15 − 1 =