ଝିଆରୀ ପ୍ରେମ ପାଇଁ ଦାଦାର ପ୍ରାଣ ବଳି

ଝିଆରୀର ପ୍ରେମ ପାଇଁ ଦାଦାକୁ ପ୍ରାଣ ବଳି ଦେବାକୁ ପଡିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସାନନୂଆଗାଁର ଜଗନ୍ନାଥ କବାଟ ଓ ଭାଲୁଆ କବାଟ ଦୁଇ ପଡ଼ୋଶୀ। ଜଗନ୍ନାଥ କବାଟଙ୍କ ପୁଅ ସହ ଭାଲୁଆ କବାଟଙ୍କ ଝିଆରୀ ମଧ୍ୟରେ ପ୍ରେମ ସମ୍ପର୍କରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ମାଡପିଟ ଘଟି ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାରୁ ପ୍ରକାଶ ଯେ ସାନନୂଆଗାଁର ଜଗନ୍ନାଥ କବାଟ ଓ ଭାଲୁଆ କବାଟ ଦୁଇ ପଡ଼ୋଶୀ। ଜଗନ୍ନାଥ କବାଟଙ୍କ ପୁଅ ସହ ଭାଲୁଆ କବାଟଙ୍କ ଝିଆରୀ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଏହାକୁ ଭାଲୁଆଙ୍କ ପରିବାର ଲୋକେ ବିରୋଧ କରୁଥିଲେ। ଏ ନେଇ ୨୦୧୭ ମସିହାରେ ଥାନାରେ ଏକ ମାମଲା ରୁଜୁ ମଧ୍ୟ ହୋଇଥିଲା। ପୁଲିସ ଏହି ମାମଲାରେ ଜଗନ୍ନାଥଙ୍କ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିଦିନଠାରୁ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା।
ଗତ ୨୨ ତାରିଖ ସନ୍ଧ୍ୟା ଭାଲୁଆ କବାଟ ନିଶାସକ୍ତ ଅବସ୍ଥାରେ ଏକ କଟୁରି ଧରି ଜଗନ୍ନାଥଙ୍କ ଘରେ ପଶି ଗାଳି ଦେବା ସହିତ ମାରିଦେବାକୁ ଧମକ ଦେଇଥିଲେ। ଏହି ସମୟରେ ଜଗନ୍ନାଥ କବାଟଙ୍କ ପରିବାର ଲୋକେ ଭାଲୁଆକୁ ବାନ୍ଧି ମାଡ଼ ମାରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳେ ଭାଲୁଆଙ୍କ ମୃତ୍ୟୁ ଘଟିଛି।
ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଜଗନ୍ନାଥ କବାଟଙ୍କ ପରିବାରର ୭ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Share

Leave a Reply

Your email address will not be published. Required fields are marked *

fourteen + ten =